ଗାନ୍ଧାର ଅଏଲ୍ ରିଫାଇନାରି (ଇଣ୍ଡିଆ) ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ନଭେମ୍ବର ୨୨ରେ ଖୋଲିବ

ଭୁବନେଶ୍ୱର: ଗାନ୍ଧାର ଅଏଲ୍ ରିଫାଇନାରି (ଇଣ୍ଡିଆ) ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ନଭେମ୍ବର ୨୨ ବୁଧବାର ଦିନ ଖୋଲିବ । ଏହି ଅଫର ୨୦୨୩ ନଭେମ୍ବର ୨୪ ଶୁକ୍ରବାର ବନ୍ଦ ହେବ । ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୩ ନଭେମ୍ବର ୨୧ରେ ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୧୬୦ ଟଙ୍କାରୁ ୧୬୯ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୧୪,୮୭୨ଟିି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହା ପରେ ୮୮ଟି ଲେଖାଏଁ ଇକ୍ୱିଟି ସେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ ।
ଏହି ଇନିସିଆଲ ପବ୍ଲିକ୍ ଅଫରରେ ୩୦୨ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନଙ୍କ ୧୧,୭୫୬,୯୧୦ ଇକ୍ୱିଟି ସେୟାର ବିକ୍ରି କରାଯିବ । ସେଥିରେ ରମେଶ ବାବୁଲାଲ ପାରେଖଙ୍କ ୨,୨୫୦,୦୦୦ ଇକ୍ୱିଟି ସେୟାର, କୈଳାଶ ପାରେଖ, ଗୁଲାବ ପାରେଖଙ୍କ ୨,୨୫୦,୦୦୦ ଇକ୍ୱିଟି ସେୟାର, ଗ୍ରିନ ଡେଜର୍ଟ ରିଅଲ ଇଷ୍ଟେଟ୍ ବ୍ରୋକର୍ସର ୩,୦୦୦,୦୦୦ ଇକ୍ୱିଟି ସେୟାର, ଡେନଭର ବିଏଲ୍‌ଡିଜି ମ୍ୟାଟ୍ ଆଣ୍ଡ୍ ଡେକପର ଟିଆର୍ ଏଲ୍‌ଏଲ୍‌ସିର ୧,୦୦୦,୦୦୦ ଇକ୍ୱିଟି ସେୟାର, ୍‌ଫ୍ଲିଟ୍ ଲାଇନ୍ ସିପିଂ ସର୍ଭିସ୍ ଏଲ୍‌ଏଲ୍‌ସିର ୧,୦୦୦,୦୦୦ ଇକ୍ୱିଟି ସେୟାର, ସୁନିତ ମେନନଙ୍କ ୧୦୯୦ ଇକ୍ୱିଟି ସେୟାର, ବିଜେନ୍ଦ୍ର ସୁମତିଲାଲ ପଟାନିଙ୍କ ୧୯୭୦ ଇକ୍ୱିଟି ସେୟାର, ବିନୟ ପ୍ରଭାକରଙ୍କ ୧୯୭୦ ଇକ୍ୱିଟି ସେୟାର, ମୟୂର ଭୁପେନ୍ଦ୍ରଲାଲ ଦେଶାଇଙ୍କ ୧୦୦୦ ଇକ୍ୱିଟି ସେୟାର ସାମିଲ ରହିଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କଂପାନି ଟେକ୍ସଲ ପାଇଁ ବ୍ୟାଙ୍କ ଅଫ ବରୋଦାରୁ ଆଣିଥିବା ଋଣକୁ ଆଗୁଆ ପରିଶୋଧ କରିବା, କଂପାନିର ସିଲଭାସା କାରଖାନାର ସମ୍ପ୍ରସାରଣ ପାଇଁ ସିଭିଲ କାମ ଓ ଉପକରଣ କିଣାକିଣିରେ ଏବଂ କଂପାନିର କାର୍ଯ୍ୟକାରୀ ପୁଂଜି ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟ ଲାଗି ଖର୍ଚ୍ଚ କରିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

9 − four =