ବାଟବଣା ହୋଇଛି ରେଶମ ଚାଷ

କେନ୍ଦୁଝର, () ଜିଲ୍ଲାରେ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ରେଶମ ଶିଳ୍ପ ବିକାଶ ଉପରେ ଗୁରୁତ୍ବ ଦେଇ ଆସୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାଶି କିଭଳି ଭାବେ ଦୁରୁପୋଯୋଗ ଚାଲିଛି ତାହାର ଉଦାହରଣ ଦେଖିବାକୁ ମିଳିଛି । ରେଶମ ଶିଳ୍ପ ବିଭାଗ ତରଫରୁ ଗତ ୨୦୧୫-୧୬ ବର୍ଷରେ “ତୁତଗଛ” ଚାରା ୨୦ଏକର ଜମିରେ ରୋପଣ କରାଯାଇ ଅଟକଳ ରାଶି ୧୮,୭.୪୭୦/- ଟଙ୍କା ବ୍ୟୟ କରାଯାଇ ୬୮୪୦ ଶ୍ରମ ବିଭାଗ ସୃଷ୍ଟି କରାଯାଇଛି ବୋଲି ସୂଚନା ଫଳକରେ ଦର୍ଶାଯାଇଛି । ଜିଲ୍ଲାରେ ରେଶମ ଶିଳ୍ପସଂସ୍ଥା ତରଫରୁ ୧୨ସମବାୟ ସମିତି ଗଠନ କରାଯାଇ ସେଥିରେ ୪୮୧୨ ହିତାଧିକାରୀ ଅଛନ୍ତି ।

ସୂଚନାନୁସାରେ ସଂସ୍ଥାକୁ ୨୦୧୫-୧୬ ବର୍ଷରେ ୬୪୫.୩୨୭ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ଏବଂ ଏହି ଅର୍ଥରୁ ୧୮,୭୮,୪୬୦ ବ୍ୟୟ କରାଯାଇ ପାଟଣା ବ୍ଲକର ସରାସକେଲା ଗ୍ରାମରେ ୨୦.୦୦୦ ଏକର ଜମିରେ ତୁତ୍ ଚାରା ରୋପଣ କରାଯିବା ସହ ପାଣି ଯୋଗାଇବା ପାଇଁ ୫ଟି ବୋରୱେଲ ପମ୍ପ୍ ସଂଯୋଗ କରାଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବାଳ ଆଳରେ ନା ମୋଟର ଚାଲୁଛି ନା ପାଣି ମାଡୁଛି । ରକ୍ଷଣା ବେକ୍ଷଣ ପାଇଁ ଦାୟିତ୍ବ ଦିଆଯାଇ ନାହିଁ । ଫଳରେ ଗଛ ସବୁ ମରିବାକୁ ବସିଲାଣି । ଫଳକରେ ୬୮୪୦ ଶ୍ରମଦିବସ ଦର୍ଶାଯାଇ ଚାଷୀଙ୍କୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ । ଫଳରେ ସେମାନେ ନିରାଶ ହୋଇ ହାତବାନ୍ଧି ବସିଛନ୍ତି ।

ଦୀର୍ଘ ୨ବର୍ଷରୁ ଅଧିକ ହେବ ଉକ୍ତ ସଂସ୍ଥା କୌଣସି ସହାୟତା ବା ପରାମର୍ଶ ନଦେବା, ସଂସ୍ଥା ଦ୍ବାରା ଘର ଯୋଗାଇ ଦେବାପାଇଁ କହି ମାତ୍ର ୨୫୦୦୦ ଟଙ୍କା ଦିଆଯିବା, ଗଛ ପାଇଁ ଚାଷୀ ଆଦୌ ଅନୁଦାନ ନପାଇ ଘରପାଇଁ ଗାତ ଖୋଳିଥିବା ଦେଖିବାକୁ ମିଳିଛି । ବିଗତ ଦିନରେ ଉକ୍ତ ହିତାଧିକାରୀଙ୍କୁ କାମରେ ଲାଗାଇ ମଜୁରୀ ଦେଇ ନଥିବା ବେଳେ ସମିତିର କିଛି ଲୋକ ଅଧିକାରୀଙ୍କୁ ହାତ କରି ବହୁ ଲୋକଙ୍କ ପାସ୍ ବହିରୁ ଅର୍ଥ ହଡପ କରିବା ଅଭିଯୋଗ ହୋଇଛି । ତେଣୁ ହିତାଧିକାରୀଙ୍କୁ ସେମାନଙ୍କ ପାଉଣା ଦେଇ ଉକ୍ତ ସରକାରୀ ଅନୁଦାନକୁ ସଠିକ୍ ଭାବରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Share

Leave a Reply

Your email address will not be published. Required fields are marked *

eleven − one =