ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଭବାନୀପାଟଣାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

ଏକ ଅଭିଯାନ ଯାହା ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ ହୋଇଥିଲେ
ଭୁବନେଶ୍ୱର: ସଡ଼କ ସୁରକ୍ଷା ଏଚ୍‌ଏମ୍‌ଏସ୍‌ଆଇର ସର୍ବୋଚ୍ଚ ପ୍ରାଥମିକତା । ସଡ଼କରେ ଦାୟିତ୍ୱସମ୍ପନ୍ନ ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ସତର୍କ ଏବଂ ନିରାପତା-କେନ୍ଦ୍ରିକ ସମାଜ ଗଠନରେ ଯୋଗଦାନ କରିବା ପାଇଁ କମ୍ପାନି ନିୟମିତ ଭାବରେ ଦେଶର ବିଭିନ୍ନ ଅଂଚଳରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରୁଛି । ଏଚଏମଏସଆଇ ଦୃଢ ଭାବରେ ବିଶ୍ୱାସ କରେ ଯେ ଏଭଳି ଅଭିଯାନ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଡ୍ରାଇଭିଂ କରିବା ଏବଂ ରାସ୍ତାରେ ସତର୍କତା ଏବଂ ବିଚାରର ସଂସ୍କୃତିକୁ ପ୍ରୋତ୍ସାହିତ କରିବ ।
ନିକଟରେ ଭବାନୀପାଟଣା ସହରରେ ଏଭଳି ଏକ ଅଭିଯାନ ଅନୁଷ୍ଠିତ ହୋଇଥିଲା ଯାହା ଅଂଶଗ୍ରହଣକାରୀଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିଥିଲା । ପ୍ରଗତି ମହାବିଦ୍ୟାଳୟ ପରିସରରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ ହୋଇଥିବା଼ ଦେଖିବାକୁ ମିଳିଥିଲା ।
ଏଚଏମଏସଆଇ ପିଲାମାନଙ୍କୁ ଛୋଟବେଳୁ ସଡ଼କ ସୁରକ୍ଷା ନୀତି ଶିଖାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି ଏବଂ ଏହିପରି ଉଭୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରୋତ୍ସାହିତ କରୁଛି । ଯୁବପିଢ଼ି ଶିଖିବା ପାଇଁ ଗ୍ରହଣୀୟ ବୋଲି ବୁଝି ଆଗାମୀ ପିଢ଼ିକୁ ଦାୟିତ୍ୱସମ୍ପନ୍ନ ଭାବେ ରାସ୍ତାରେ ଯାତାୟାତ କରିବା ପାଇଁ ଆବଶ୍ୟକ ଜ୍ଞାନ ଓ କୌଶଳରେ ସଶକ୍ତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସଡ଼କ ସୁରକ୍ଷା କ୍ରୀଡ଼ା, ସୁରକ୍ଷିତ ରୋଡ୍ ଥିଓରି ଅଧିବେଶନ, ସ୍ଲୋ ସାଇକେଲ୍ ଚାଳନା, ରୋଡ୍ ସାଇନେଜ୍ ଏବଂ ଚାଳନା ଶୈଳୀ ତାଲିମ ଭଳି ଅତ୍ୟନ୍ତ ଆକର୍ଷଣୀୟ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା ।
ଏଭଳି ଏକ ଅଭିଯାନ ଶୁଭାରମ୍ଭ ପରଠାରୁ ଓଡ଼ିଶା ରାଜ୍ୟରେ ଏଚ୍‌ଏମ୍‌ଏସ୍‌ଆଇ ପ୍ରାୟ ୩ ଲକ୍ଷ ବୟସ୍କ ଓ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ଦାୟିତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି ।
ସଡ଼କ ସୁରକ୍ଷା ପ୍ରତି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସିଏସଆର୍ ପ୍ରତିବଦ୍ଧତା
୨୦୨୧ରେ ହୋଣ୍ଡା ୨୦୫୦ ବର୍ଷ ପାଇଁ ଏକ ଭିଜନ ଷ୍ଟେଟମେଂଟ୍ ପ୍ରସ୍ତୁତ କରିଥିଲା ଯେଉଁଥିରେ ହୋଣ୍ଡା ମୋଟରସାଇକେଲ ଏବଂ ଅଟୋମୋବାଇଲ୍ ସହ ଜଡ଼ିତ ସଡ଼କ ଦୁର୍ଘଟଣା ଜନିତ ଶୂନମୃତ୍ୟୁ ପାଇଁ ପ୍ରୟାସ କରାଯାଉଛି । ଭାରତରେ ଏଚଏମଏସଆଇ ଏହି ଦୃଷ୍ଟିକୋଣ ଏବଂ ୨୦୩୦ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅଧାକୁ ହ୍ରାସ କରିବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛି ।
ଏହି ଲକ୍ଷ୍ୟ ହାସଲର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୨୦୩୦ ସୁଦ୍ଧା ଆମ ପିଲାମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ଏକ ସକାରାତ୍ମକ ମାନସିକତା ସୃଷ୍ଟି କରିବା ଏବଂ ଏହା ପରେ ସେମାନଙ୍କୁ ସଚେତନ କରିବା ଜାରି ରଖିବା । ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଶିକ୍ଷା କେବଳ ସଚେତନତା ସୃଷ୍ଟି କରିବା ନୁହେଁ ବରଂ ଯୁବପିଢ଼ିଙ୍କ ମନରେ ଏକ ନିରାପତା ସଂସ୍କୃତି ସୃଷ୍ଟି କରିବା ଏବଂ ସେମାନଙ୍କୁ ସୁରକ୍ଷା ଦୂତରେ ପରିଣତ କରିବା, ଏହି ଅଭିଯାନ ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ଦାୟିତ୍ୱବାନ କରିବା ସହ ଏକ ସୁରକ୍ଷିତ ସମାଜରେ ଉଲ୍ଲେଖନୀୟ ଯୋଗଦାନ ଦେବା ପାଇଁ ସଶକ୍ତ କରିଥାଏ ।
ଏଚଏମଏସଆଇ ଏଭଳି ଏକ କମ୍ପାନି ହେବାକୁ ଚାହୁଁଛି ଯାହା ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି କର୍ପୋରେଟ୍ ଏବଂ ସମାଜର ପ୍ରତ୍ୟେକ ବର୍ଗକୁ ଅନନ୍ୟ ଚିନ୍ତାଧାରା ସହିତ ସମାଜର ସମସ୍ତ ବର୍ଗକୁ ସଡ଼କ ସୁରକ୍ଷା ସଚେତନତା ଉପରେ ଦୃଢ଼ ଧ୍ୟାନ ଦେଉଛି ।
ଏଚ୍‌ଏମ୍‌ଏସ୍‌ଆଇର କୁଶଳୀ ସୁରକ୍ଷିତ ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ବୈଜ୍ଞାନିକ ଉପାୟରେ କୌତୁକ ଶିକ୍ଷା ପ୍ରଦାନ କରାଯାଉଛି:
ବୈଜ୍ଞାନିକ ତତ୍ୱ ଶିକ୍ଷଣୀୟ ମଡ୍ୟୁଲ୍‌: ହୋଣ୍ଡାର ଦକ୍ଷ ତାଲିମଦାତାମାନେ ସଡ଼କ ଚିହ୍ନ ଓ ସଙ୍କେତ, ସଡ଼କରେ ଚାଳକଙ୍କ ଭୂମିକା, ରାଇଡିଂ ଗିୟର ଓ ବସିବାର ଢଙ୍ଗ ବର୍ଣ୍ଣନା ଓ ସୁରକ୍ଷିତ ଗାଡ଼ି ଚାଳନାର ବିଭିନ୍ନ ଉପରେ ଥିଓରି ଅଧିବେଶନ ସହ ମୂଳଦୁଆ ପକାଉଛନ୍ତି ।
୧. ପ୍ରାକ୍ଟିକାଲ୍ ଶିକ୍ଷା: ବାସ୍ତବରେ ସଡ଼କରେ ଗାଡ଼ି ଚଲାଇବା ବେଳେ ଦେଖାଦେବାକୁ ଥିବା ୧୦୦ରୁ ଅଧିକ ସମ୍ଭାବ୍ୟ ବିପଦ ବିଷୟରେ ସମସ୍ତଙ୍କୁ ଅନୁଭୂତି ପ୍ରଦାନ କରିବା ଲାଗି ହୋଣ୍ଡାର ଭର୍ଚୁଆଲ ରାଇଡିଂ ସିମୁଲେଟରକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
୨. ଇଟଂରଆକ୍ଟିଭ୍ ଅଧିବେଶନ: କିକେନ ୟୋସୁକୁ ଟ୍ରେନିଂ (କେୱାଇଟି) ନାମରେ ପରିଚିତ ବିପଦ ଆକଳନକାରୀ ତାଲିମ ଅଂଶଗ୍ରହଣକାରୀମାନଙ୍କୁ ପ୍ରଦାନ କରାଯାଇଛି ଯାହା ବିପଦ ପ୍ରତି ଚାଳକମାନଙ୍କ ସମ୍ବେଦନଶୀଳତାରେ ଉନ୍ନତି ଆଣିବା ଏବଂ ସଡ଼କରେ ସୁରକ୍ଷିତ ଗାଡ଼ି ଚାଳନା ବ୍ୟବହାରକୁ ବଜାୟ ରଖିବାରେ ସହାୟକ ହୋଇଛି ।
୩. ଗାଡ଼ି ଚଲାଇ ଶିଖିଥିବା ଡ୍ରାଇଭର୍‌ଙ୍କ ଦକ୍ଷତାରେ ଉନ୍ନତି: ଷ୍ଟାଫ୍ ସଦସ୍ୟ ଓ କଲେଜ ଛାତ୍ରଛାତ୍ରୀ ଯେଉଁମାନେ ଗାଡ଼ି ଚଲାଇବା ଶିଖିଛନ୍ତି ସେମାନଙ୍କ ପରୀକ୍ଷା କରାଯାଉଛି ଓ ମନ୍ଥର ଗାଡ଼ି ଚାଳନା ଏବଂ ଅଣଓସାରିଆ ରାସ୍ତାରେ ଗାଡ଼ି ଚାଳନା ଜରିଆରେ ସେମାନଙ୍କ ଶିକ୍ଷାକୁ ଶାଣିତ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

three × 5 =