ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ କଟକରେ ବିଗ୍‌ୱିଙ୍ଗ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଦେଶର ପ୍ରିମିୟମ୍ ମୋଟରସାଇକଲ୍ ଗ୍ରାହକମାନଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆଜି ଓଡ଼ିଶାର କଟକ ସହରରେ ସମ୍ପୂର୍ଣ୍ଣ ନୂଆ ପ୍ରିମିୟମ୍ ମୋଟରସାଇକଲ୍ ସେଲ୍‌ସ ଓ ସର୍ଭିସ୍ ଆଉଟ୍‌ଲେଟ୍‌-ହୋଣ୍ଡା ବିଗ୍‌ୱିଙ୍ଗ୍‌କୁ ଉଦ୍‌ଘାଟନ କରାଯାଇଛି ।
କଟକ ଲିଙ୍କ୍ ରୋଡ୍ ସ୍ଥିତ ଓଏସ୍‌ଏଲ୍ ଟାୱାର ନିକଟରେ ପ୍ଲଟ୍ ନମ୍ବର ୧୦୭୬ରେ ଏହି ସୋ’ରୁମ୍ ଅବସ୍ଥିତ ଯାହା ନୂଆ ତଥା ସମ୍ଭାବ୍ୟ ଗ୍ରାହକମାନଙ୍କ ଗାଡ଼ି ଚାଳନା ଭାବରେ ଉନ୍ନତି ଆଣିବ । ଦୂରଦୂରାନ୍ତରେ ଥିବା ଗ୍ରାହକମାନଙ୍କ ପାଖରେ ପହଂଚି ଭିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ୧୨୭ରୁ ଅଧିକ ବିଗ୍‌ୱିଙ୍ଗ୍ ଟଚ୍‌ପଏଂଟ୍ ରହିଛି । ଓଡ଼ିଶା ରାଜ୍ୟରେ କଂପାନିର ଦୁଇଟି ବିଗ୍‌ୱିଙ୍ଗ ସୋ’ରୁମ୍ ଭୁବନେଶ୍ୱର ଓ ଅନୁଗୁଳରେ ରହିଛି ।
ଗ୍ରାହକମାନେ ମେଟ୍ରୋ ସହରରେ ଥିବା ବିଗ୍‌ୱିଙ୍ଗ୍ ଟପ୍‌ଲାଇନ୍‌ରେ କଂପାନିର ୩୦୦-୧୮୦୦ ସିସି ମୋଟରସାଇକଲ୍ ପାଇପାରିବେ । ସେହିପରି ବିଗ୍‌ୱିଙ୍ଗ୍‌ରେ ସ୍ୱତନ୍ତ୍ର ଭାବେ ୩୦୦-୫୦୦ ସିସିର ମଧ୍ୟମ ଧରଣର ମୋଟରସାଇକଲ୍ ପାଇପାରିବେ ।
କଳା ଓ ଧଳା ରଙ୍ଗ ସହିତ ମନୋକ୍ରୋମାଟିକ ଥିମ୍ ସହ ବିଗ୍‌ୱିଙ୍ଗ ପୂର୍ଣ୍ଣ ଗର୍ବର ସହିତ ଗାଡ଼ିଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି । ବିଗ୍‌ୱିଙ୍ଗର ଉଚ୍ଚ ତାଲିମପ୍ରାପ୍ତ ପ୍ରଫେସନାଲମାନେ ଗ୍ରାହକଙ୍କ ଉତ୍ପାଦ ସମ୍ପର୍କିତ ସମସ୍ତ ପ୍ରଶ୍ନ କିମ୍ବା ଆସେସୋରିଜ୍ ଆବଶ୍ୟକତାର ସମାଧାନ କରୁଛନ୍ତି । ବିଗ୍‌ୱିଙ୍ଗ ୱେବସାଇଟ୍‌ରେ ମଧ୍ୟ ସମସ୍ତ ବିବରଣୀ ଉପଲବ୍ଧ ରହିଛି । ସେଥିରେ ଅନଲାଇନ୍ ବୁକିଂ ବିକଳ୍ପ ରହିଛି ଯାହା ଜରିଆରେ ଗ୍ରାହକମାନେ ନିଜ ସୁବିଧା ସ୍ଥାନରେ ରହି ବୁକିଂ କରିପାରୁଛନ୍ତି । ସୋସିଆଲ ମିଡିଆ ପ୍ଳାଟଫର୍ମରେ ମଧ୍ୟ ବିଗ୍‌ୱିଙ୍ଗ ଉପଲବ୍ଧ ରହିବ ।
କଂପାନି ପକ୍ଷରୁ ବିଗ୍‌ୱିଙ୍ଗର ଡିଜିଟାଲ୍ ଅନୁଭବ ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି । ଭର୍ଚୁଆଲ ପ୍ଲାଟଫର୍ମ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଖସକ୍ସଗ୍ଧଙ୍କବକ୍ଷଗ୍ଦଷକ୍ଟଙ୍ଗକ୍ସକ୍ଟକ୍ଟଜ୍ଞ.ଷକ୍ଟଦ୍ଭୟବଭସଶଙ୍ଗସଦ୍ଭଶ.ସଦ୍ଭ/ ରେ ଗ୍ରାହକମାନେ ସମସ୍ତ ମୋଟରସାଇକଲ୍‌, ରାଇଡିଂ ଗିୟର ଓ ଆସେସୋରିଜ୍‌କୁ ଘରେ ଆରାମରେ ବସି ଦେଖିପାରୁଛନ୍ତି ।
ହୋଣ୍ଡା ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌ରେ କଷ୍ଟମାଇଜେସନ୍‌ର ଶୁଭାରମ୍ଭ କରାଯାଇଛି ଯାହା ଜରିଆରେ ଗ୍ରାହକମାନେ ନିଜ ପସନ୍ଦର ଷ୍ଟାଇଲ୍ ଚୟନ କରିପାରୁଛନ୍ତି । ଗ୍ରାହକମାନଙ୍କ ପରିବର୍ତିତ ଆବଶ୍ୟକତା ପୂରଣ କରିବା ଲାଗି ୬ ପ୍ରକାର କଷ୍ଟମ୍ କିଟ୍ ରହିଛି । ହାଇନେସ୍ ସିବି୩୫୦ରେ ଚାରିଟି ଓ ସିବି୩୫୦ଆର୍‌ଏସ୍‌ରେ ଦୁଇଟି କଷ୍ଟମ୍ କିଟ୍ ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − 11 =