କରୋମଣ୍ଡଳ ଇଂଟରନ୍ୟାସନାଲ୍‌ର ତୃତୀୟ ତ୍ରୈମାସିକରେ ଆୟ ୫୫୧୦ କୋଟି

ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି ସମାଧାନ ପ୍ରଦାନକାରୀ କରୋମଣ୍ଡଳ ଇଂଟରନ୍ୟାସନାଲ୍ ଲିମିଟେଡ୍ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ତୃତୀୟ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରିଛି । କମ୍ପାନିର ମୋଟ ଆୟ ଏହି ସମୟରେ ୫୫୧୦ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୩୫୮ କୋଟି ଟଙ୍କା ଏବଂ ଟିକସ ପରବର୍ତୀ ଲାଭ ୨୪୩ କୋଟି ଟଙ୍କା ହୋଇଛି ।
୨୦୨୩ ଡିସେମ୍ବର ସୁଦ୍ଧା ଶେଷ ୯ ମାସରେ କମ୍ପାନିର ଆୟ ୧୮,୨୮୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଏ ୨୧୩୨ କୋଟି ଟଙ୍କା ଏବଂ ଟିକସ ପୂର୍ବବର୍ତୀ ଲାଭ ୧୫୧୦ କୋଟି ଟଙ୍କା ହୋଇଛି । ପୁଷ୍ଟି ଓ ତତ୍ ସଂକ୍ରାନ୍ତୀୟ ବ୍ୟବସାୟରୁ ଆୟ ୪୮୯୨ କୋଟି ଟଙ୍କା ହୋଇଥିବା ବେଳେ ସୁଧ ଓ ଟିକସ ପୂର୍ବରୁ ଲାଭ ୨୫୭ କୋଟି ଟଙ୍କା ହୋଇଛି । ବର୍ଷର ପ୍ରଥମ ୯ ମାସରେ ଏହି କ୍ଷେତ୍ରରୁ ୧୬,୩୯୧ କୋଟି ଟଙ୍କା ଆୟ ହୋଇଥିବା ବେଳେ ଟିକସ ଓ ସୁଧ ପୂର୍ବବର୍ତୀ ଲାଭ ୧୯୨୮ କୋଟି ଟଙ୍କା ହୋଇଛି ।
ଫସଲ ସୁରକ୍ଷା ବ୍ୟବସାୟରୁ ୬୧୨ କୋଟି ଟଙ୍କାର ରାଜସ୍ୱ ମିଳିଥିବା ବେଳେ ସୁଧ ଓ ଟିକସ ପୂର୍ବବର୍ତୀ ଲାଭ ୮୨ କୋଟି ଟଙ୍କା ରହିଛି । ୯ ମାସ ଭିତରେ ରାଜସ୍ୱ ପରିମାଣ ୧୮୯୦ କୋଟି ଟଙ୍କା ହୋଇଥିବା ବେଳେ ସୁଧ ଓ ଟିକସ ପୂର୍ବବର୍ତୀ ଲାଭ ୨୨୫ କୋଟି ଟଙ୍କା ହୋଇଛି । କରୋମଣ୍ଡଳର ମୋଟ ଆୟ ଡିସେମ୍ବର ତ୍ରୈମାସିକରେ ୫୫୨୩ କୋଟି ଟଙ୍କା ହୋଇଥିବା ବେଳେ ୯ ମାସ ଭିତରେ ଆୟ ୧୮,୨୯୪ କୋଟି ଟଙ୍କା ହୋଇଛି ।
ଏହି ଅବସରରେ କରୋମଣ୍ଡଳ ଇଂଟରନ୍ୟାସନାଲ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି ଶ୍ରୀ ଅରୁଣ ଆଲାଗାପାନ୍ କହିଛନ୍ତି ଯେ, “ସ୍ୱାଭାବିକ ଠାରୁ କମ୍ ମୌସୁମୀ ଏବଂ କମ୍ ଫସଲ ବୁଣିବା ଭଳି ବାହ୍ୟ ସମସ୍ୟା ସହିତ କୃଷି ନିବେଶ ଶିଳ୍ପ ଏକ ଆହ୍ୱାନପୂର୍ଣ୍ଣ ତ୍ରୈମାସିକ ଦେଇ ଗତି କରିଥିଲା । ରବି ଋତୁ ପାଇଁ ଏନବିଏସ ଦରରେ ତୀବ୍ର ହ୍ରାସ ଘଟିଥିଲା ଯାହା କଂଚାମାଲ ଦର ବୃଦ୍ଧି ସହିତ ଶିଳ୍ପର ପ୍ରଦର୍ଶନକୁ ଆହୁରି ପ୍ରଭାବିତ କରିଥିଲା । ମୋଟାମୋଟି ଭାବେ ଫସଫେଟିକ୍ ଶିଳ୍ପର ପ୍ରାଥମିକ ବିକ୍ରି ଏହି ତ୍ରୈମାସରେ ୧୭% ହ୍ରାସ ପାଇଛି । ଆହ୍ୱାନ ସତ୍ୱେ କୋରୋମଣ୍ଡଲର ପୋଷକ ତତ୍ୱ୍ୱ ଏବଂ ଆନୁଷଙ୍ଗିକ ବ୍ୟବସାୟଗୁଡିକ ବିକ୍ରି ପରିମାଣ ହ୍ରାସ ମଧ୍ୟରେ ତ୍ରୈମାସିକରେ ଏହାର ବଜାର ଅଂଶରେ ଉନ୍ନତି ଆସିଛି । କରୋମଣ୍ଡଳ ମଧ୍ୟ ସିଡିଏମଓ ସୁଯୋଗ ଉପରେ ନିଜର ଯୋଗଦାନ ଜାରି ରଖିଛି ଏବଂ ଏହାର ବର୍ତମାନର ଉତ୍ପାଦନ କାରଖାନାରୁ ସ୍ପେଶାଲିଟି କେମିକାଲ ଉତ୍ପାଦର ମାର୍କେଟିଂ ଆରମ୍ଭ କରିଛି ।
ସ୍ୱଳ୍ପକାଳୀନ ବ୍ୟବସାୟିକ ପରିବେଶ ଆହ୍ୱାନପୂର୍ଣ୍ଣ ରହିଥିଲେ ମଧ୍ୟ କରୋମଣ୍ଡଳ ଦକ୍ଷତା ଉନ୍ନତି କାର୍ଯ୍ୟକ୍ରମ, ସମ୍ପ୍ରସାରଣ ମାଧ୍ୟମରେ ମୂଲ୍ୟ ସୃଷ୍ଟି ସୁଯୋଗରେ ନିବେଶ ଜାରି ରଖିବ । ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ବୋର୍ଡ ବୈଠକରେ ନିୟାମକ ଅନୁମୋଦନ ପାଇବା ସତ୍ୱେ ଏହାର କାକିନାଡା ସାର ୟୁନିଟରେ ଫସଫରିକ୍ ଏବଂ ସଲଫ୍ୟୁରିକ୍ ଏସିଡ୍ ପ୍ଲାଂଟ୍ ସ୍ଥାପନ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛି । ଏହା ଦ୍ୱାରା କଂପାନିର ଖର୍ଚ୍ଚ ଦକ୍ଷତା, କଂଚାମାଲ ନିରାପତାରେ ଆହୁରି ଉନ୍ନତି ଆସିବ ଏବଂ ଆତ୍ମନିର୍ଭର ଭାରତ ପାଇଁ ସରକାରଙ୍କ ଲକ୍ଷ୍ୟରେ ଯୋଗଦାନ ହୋଇପାରିବ ।
କରୋମଣ୍ଡଳ ଏହାର ‘ଗ୍ରୋମୋର ଡ୍ରାଇଭ୍‌\’ କାର୍ଯ୍ୟକ୍ରମ ଏବଂ ଏହାର ଖୁଚୁରା ଶୃଙ୍ଖଳା ମାଧ୍ୟମରେ କୃଷିକ୍ଷେତ୍ରରେ ଡ୍ରୋନର ବ୍ୟବହାରକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛି । ଏହାବ୍ୟତୀତ କମ୍ପାନିର ସହାୟକ ସଂସ୍ଥା ତଥା ଏକ ପ୍ରତିରକ୍ଷା ଡ୍ରୋନ୍ ଷ୍ଟାର୍ଟଅପ୍ ଧକ୍ଷ କୃଷି ଓ ଉଦ୍ୟୋଗ ଗ୍ରାହକଙ୍କ ଠାରୁ ଏକ ଦୃଢ଼ ବରାଦ ହାସଲ କରିଛି ଏବଂ ଚଳିତ ବର୍ଷ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରୁଛି ।’’

Share

Leave a Reply

Your email address will not be published. Required fields are marked *

two × four =