ଆଉ ୭୫ ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ନୂଆ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬ଟି ଜିଲ୍ଲାରୁ ୭୫ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳ ଅଛନ୍ତି । ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ ୧୮ ଜଣ ଲେଖାଏଁ ଆକଆନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୭, କଟକ ଓ ବଲାଙ୍ଗୀରରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡରୁ ୪, ସୋନପୁର ଓ କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ, ଜଗତସିଂହପୁର, କୋରାପୁଟ, ଅନୁଗୁଳ ଓ ଢେଙ୍ଗାନାଳରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର, ଗଞ୍ଜାମ, ପୁରୀ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୮୫୬କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୧,୧୨୯ ଥିବା ବେଳେ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭଗେ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାରି ମଧ୍ୟରେ ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଆଉ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ମୃତକ ଜଣକ ଯକ୍ଷ୍ମା ସହ ଅନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

13 − two =