ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବେଆଇନ ବିଦ୍ୟୁତ ବ୍ୟବହାର ଓ ବିଦ୍ୟୁତ ଉପକରଣରେ ହେରଫେର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ସହିତ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସ୍ୱଚ୍ଛ ଓ ପାରଦର୍ଶୀ ପରିବେଶ ବଜାୟ ରଖିବା ପାଇଁ କଂପାନି ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ରହିଛି ।
ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅଭିଯାନ ବେଳେ କଂପାନି ଜାଣିବାକୁ ପାଇଥିଲା ଯେ କିଛି ଗ୍ରାହକ ଆଇନତଃ କଟା ଯାଇଥିବା ବିଦ୍ୟୁତ ସଂଯୋଗକୁ ପୁନର୍ବାର ବେଆଇନ ଭାବେ ଯୋଡ଼ି ଉପଯୁକ୍ତ ସ୍ୱୀକୃତି ବିନା ବିଦ୍ୟୁତ ବ୍ୟବହାର କରୁଛନ୍ତି । ପୁନଶ୍ଚ, ବାହ୍ୟ ମାଧ୍ୟମ ବ୍ୟବହାର ଜରିଆରେ ବିଦ୍ୟୁତ ଉପକରଣରେ ହେରଫେର କରି ଗ୍ରାହକମାନେ ସର୍ଭିସ୍ ଲାଇନ୍ ଓ ମିଟରରେ ହସ୍ତକ୍ଷେପ କରୁଛନ୍ତି । ଏହି କାର୍ଯ୍ୟ ଦ୍ୱାରା ୟୁଟିଲିଟି ସଂସ୍ଥା ବହୁ ପରିମାଣର ରାଜସ୍ୱ ହରାଉଥିବା ବେଳେ ଏହା ଜନ ସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ମଧ୍ୟ ସୃଷ୍ଟି କରୁଛି ।
ବୈଧାନିକ ଦିଶାନିର୍ଦେଶ ଓ ନିୟମ ଅନୁସାରେ, ଏହି ସମସ୍ୟାକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ଲାଗି ଭାରତୀୟ ବିଦ୍ୟୁତ ନିୟମ ଓ ଓଇଆର୍‌ସି ସପ୍ଲାଏ କୋଡ୍‌ସରେ ରହିଥିବା ଧାରାଗୁଡ଼ିକୁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଲାଗୁ କରାଯିବ ।
ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯିବ:
ଆଇନଗତ ଭାବେ ବିଚ୍ଛିନ୍ନ କରାଯାଇଥିବା ସଂଯୋଗକୁ ଗ୍ରାହକମାନଙ୍କ ଦ୍ୱାରା ବେଆଇନ ଭାବେ କରାଯାଉଥିବା ପୁନଃ ସଂଯୋଗକୁ ରୋକିବା ଲାଗି ଓଇଆର୍‌ସି ସପ୍ଲାଏ କୋଡ୍ ୨୦୧୯ର ଧାରା ୧୭୫ରେ ଟିପିଏସ୍‌ଓଡିଏଲ୍‌କୁ ଅନୁମତି ପ୍ରଦାନ କରିଛି ।
ଯଦି କିଛି ବେଆଇନ ପୁନଃସଂଯୋଗ ଧରାପଡ଼ିବ, ଭାରତୀୟ ବିଦ୍ୟୁତ ନିୟମ ୨୦୦୩ର ଧାରା ୧୩୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯଦି ବିଦ୍ୟୁତ ଯୋଗାଣକୁ ଭିନ୍ନ ଏକ ନୂତନ ସଂଯୋଗ ଜରିଆରେ ସ୍ୱାଭାବିକ କରାଯାଇଥିବ, ତେବେ ବିଚ୍ଛିନ୍ନ କରାଯାଇଥିବା ସଂଯୋଗର ବକେୟା ରାଶିକୁ ନୂତନ ସଂଯୋଗ ଖାତାକୁ ସ୍ଥାନାନ୍ତର କରାଯିବ ।
ସେହି ସ୍ଥାନାନ୍ତରିତ ରାଶି ପଇଠ ନହେଲେ କୋଡ୍‌ର ନିୟମ ୧୭୨ (୧) ଅନୁସାରେ ତାହାର ମୁକାବିଲା କରାଯିବ ।
ବେଆଇନ ପୁନଃସଂଯୋଗ ଲାଗି ଦାୟୀ ବ୍ୟକ୍ତିଙ୍କୁ ଧରିବା ଲାଗି ତଦନ୍ତ କରାଯାଇପାରେ ।
ଭାରତୀୟ ବିଦ୍ୟୁତ ନିୟମ ୨୦୦୩ର ଧାରା ୧୩୮ ଅନୁସାରେ ବିଭିନ୍ନ ପ୍ରକାର ପଦକ୍ଷେପକୁ ବେଆଇନ ବିଚାର କରାଯାଉଛି, ଯେଉଁଥିରେ ସାମିଲ ରହିଛି ବେଆଇନ ସଂଯୋଗ/ ପୁନଃ ସଂଯୋଗ, ବେଆଇନ ପୁନଃ ସଂଯୋଗ, ବେଆଇନ ଯୋଗାଯୋଗ, ଉଦ୍ଦେଶ୍ୟମୂଳକ ହାନି କିମ୍ବା ପରିବର୍ତନ କିମ୍ବା ବିଦ୍ୟୁତର ସଠିକ୍ ମାପକୁ ଜାଣିଶୁଣି ରୋକିବା ।
ଏହି ପଦକ୍ଷେପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ୧୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ । ଏହି ଅପରାଧଗୁଡ଼ିକ ଲାଗି ଦୈନିକ ଜରିମାନା ଲାଗୁ ମଧ୍ୟ କରାଯାଇପାରେ ।
ଯଦି ମିଟର କିମ୍ବା ଉପରକରଣ ଉପରେ ଗ୍ରାହକଙ୍କ ନିୟନ୍ତ୍ରଣ ଥିବା ଧରାପଡ଼ିବ, ତେବେ ଏହା ଯଦି ପ୍ରମାଣ କରିନପାରିଲେ ତାହାକୁ ଗ୍ରାହକ ଜଣକ ଜାଣିଶୁଣି ଓ ଉଦ୍ଦେଶ୍ୟମୂଳକ ଭାବେ ବେଆଇନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଧରିନିଆଯିବ ।
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ କହିଛନ୍ତି ଯେ, “ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ସେବା ପ୍ରଦାନ କରି ଗ୍ରାହକ ଓ ସାମଜର ଆବଶ୍ୟକତା ପୂରଣ କରିବା ଲାଗି ଟିପିଏସ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି । ସେହି ସମୟରେ, ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥ ଓ ୟୁଟିଲିଟିର ଦୀର୍ଘସ୍ଥାୟୀ ନିରନ୍ତରତା ଓ ପ୍ରଦର୍ଶନ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସମେତ ନିଜ ସୁରକ୍ଷାର ଅଖଣ୍ଡତାକୁ ସୁନିଶ୍ଚିତ କରିବା ଲାଗି ନିର୍ଧାରିତ ଗାଇଡ୍‌ଲାଇନ୍ ଓ ନିୟମକୁ ପାଳନ କରିବା ପାଇଁ ମୁଁ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦେଉଛି ।’’

Share

Leave a Reply

Your email address will not be published. Required fields are marked *

thirteen + 8 =