ବିହାରରେ ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଇଞ୍ଜିନିୟର ଏବଂ ଆର୍କିଟେକ୍ଟ ମିଟ୍ ଆୟୋଜିତ

ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଏବଂ ଟିଏମଟି ବାର୍ ଉତ୍ପାଦନକାରୀ ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ବିହାର, ପାଟଣାର ହୋଟେଲ ମୌର୍ଯ୍ୟ ଠାରେ ଏକ ‘ଇଞ୍ଜିନିୟର ଆଣ୍ଡ ଆର୍କିଟେକ୍ଟ ମିଟ୍‌ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଇଞ୍ଜିନମୟର୍ ଏବଂ ଆର୍କିଟେକ୍ଟମାନଙ୍କୁ ଏକତ୍ର କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିସହିତ ସେମାନଙ୍କୁ ରୁଙ୍ଗଟାର ଉତ୍ପାଦ ସହିତ ପରିଚିତ କରାଇବା, ବଜାର ଅନ୍ତର୍ନିହିତ ଆବଶ୍ୟକତାକୁ ବୁଝିବା ଏବଂ ଶିଳ୍ପରେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଅଭିନବତା ଉପରେ ଆଲୋଚନା କରିବା ପାଇଁ ଏକ ପ୍ଲାଟଫର୍ମ ପରିବେଷଣ କରିଥିଲା । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୬୦ ରୁ ଅଧିକ ଇଞ୍ଜିନିୟର ଏବଂ ଆର୍କିଟେକ୍ଟ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂର ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି ଯେ, ଆମର କାର୍ଯ୍ୟ ମୂଳଦୁଆ ଭାବେ କାର୍ଯ୍ୟ କରୁଥିବା ବିହାରର ଇଞ୍ଜିନିୟର୍ ଏବଂ ଆର୍କିଟେକ୍ଟମାନଙ୍କ ସହିତ ଏହି ସାକ୍ଷାତକାର କରିବା ଆମର ଆନନ୍ଦକର ବିଷୟ ଅଟେ । ଏହି ଆଲୋଚନା ମୂଳତଃ ବଜାର ଅନ୍ତର୍ନିହିତତା ଏବଂ ମତାମତ ଅର୍ଜନ କରିବାରେ ସକ୍ଷମ ହୋଇଛି । ସେମାନଙ୍କର ପାରଦର୍ଶୀତା ଆମର ସହଯୋଗ ଏବଂ କାର୍ଯ୍ୟର ଅଭିନବତାକୁ ବୃଦ୍ଧି କରିବ । ଆହୁରି ଏହା ବିହାର ବର୍ଦ୍ଧିତ ବଜାରରେ ଆମ ଉପସ୍ଥିତିକୁ ମଜବୁତ କରିବ ।”

ଏଥିସହିତ ସେ ଅତିରିକ୍ତ ଭାବେ କହିଥିଲେ ଯେ,ଅଧିବେଶନରେ ଅଂଶଗ୍ରହଣକାରୀମାନେ ରୁଙ୍ଗଟା ଷ୍ଟିଲର ମୂଳ ଉତ୍ପାଦ ‘ଟିଏମଟି ବାର‘, ବୈଶିଷ୍ଠ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ ହେବା ସହିତ ରୁଙ୍ଗଟା ଷ୍ଟିଲର ଉତ୍ପାଦ ପୋର୍ଟଫୋଲିଓ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ, ଯାହା ଇଞ୍ଜିନିୟର୍ ଏବଂ ଆର୍କିଟେକ୍ଟମାନଙ୍କୁ ଉତ୍ପାଦର ଗୁଣାତ୍ମକ ମାନର ସ୍ଥାୟୀତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲା ।”

ରୁଙ୍ଗଟା ଷ୍ଟିଲ୍ ବିହାର ଏବଂ ପୂର୍ବ ଭାରତରେ ନିଜର ଏକ ବିରାଟ ବଜାର ଉପସ୍ଥିତି ସୃଷ୍ଟି କରିପାରିଛି, ଏହାର ବଜାର ପରିସୀମାକୁ ପ୍ରଶସ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ପ୍ରଭାବ ପକାଇବ । ଅପରପକ୍ଷରେ ଏହିଭଳି ପଦକ୍ଷେପଗୁଡ଼ିକ ଦେଶର ସମସ୍ତ ଅଞ୍ଚଳରେ ସର୍ବୋଚ୍ଚ ସ୍ତରର ଭିତ୍ତିଭୂମି ବିକାଶ ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣ ସହିତ ସମାନ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି କରିବ ।

Share

Leave a Reply

Your email address will not be published. Required fields are marked *

three × 2 =