ଅଫିସର ଦେବେ ପରଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ

ଆଂଶିକ ପରିବର୍ତ୍ତନରେ ସନ୍ତୁଷ୍ଟ ହୁଅନ୍ତୁ ନାହିଁ – ନବୀନ

ଏଣିିକି ନିର୍ଦ୍ଦେଶାଳୟ ଓ ବିଭାଗ ମିଳିତ ଭାବେ କାମ କରିବେ

ଭୁବନେଶ୍ବର () ନାଗରିକ କୈନ୍ଦ୍ରୀକ ପ୍ରଶାସନକୁ ଅଧିକ କ୍ରିୟାଶିଳ କରିବାକୁ ସବୁ ଜିଲ୍ଲା ଏସପି ଓ ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ତଦୁର୍ଦ୍ଧ ପାହ୍ୟାର ଅଫିସରଙ୍କ ବାର୍ଷିକ ପ୍ରଦର୍ଶନ ନିରୁପଣ ରିପୋର୍ଟ (ପରଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ) ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ଥିରିକୃତ ୫-ଟିକୁ ୨୦ ପ୍ରତିଶତ ଗୁରୁତ୍ବ ଦିଆଯିବ ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ମାନସମନ୍ଥନ କରିଥିଲେ । ଏହି ବୈଠକରେ ପ୍ରଶାସନକୁ ଅଧିକ ଲୋକ କୈନ୍ଦ୍ରୀକ କରିବା ସହ ୫-ଟିର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ତିନୋଟି ପରିବର୍ତ୍ତନ, ଯାହା ଓଡିଶାକୁ ବିଶ୍ୱସ୍ତରୀୟ ମାନଦଣ୍ଡର ସମକକ୍ଷ କରାଇଛି ତାର ଉଦାହାରଣ ଦେଇଥିଲେ । ଏହି ତିନୋଟି ପରିବର୍ତ୍ତନ ହେଲା ବିପର୍ଯ୍ୟୟ ମୁକାବିଲା, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଓ ରାଜ୍ୟରେ ମାଓ ଉପଦ୍ରକୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯିବା । ଏହି ତିନୋଟି ପରିବର୍ତ୍ତନ ପାଇଁ ଓଡିଶା ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ଏହି ପରିବର୍ତ୍ତନରେ ଆମେ ସନ୍ତୁଷ୍ଟ ହେବା ଉଚିତ ନୁହେଁ । ରାଜ୍ୟର ସାମଗ୍ରୀକ ବିକାଶ ସାଙ୍ଗକୁ ଓଡିଶାକୁ ବିକାଶର ନୂଆ ପରିଚୟ ଦେବା ପାଇଁ ସବୁ ସରକାରୀ ସ୍ତରରେ ୫-ଟି ସୂତ୍ରକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ବିଭିନ୍ନ ନିର୍ଦ୍ଦେଶାଳୟଗୁଡିକର କାର୍ଯ୍ୟଦକ୍ଷତା ବୃଦ୍ଧି ସହ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବାକୁ ଏଣିକି ସବୁ ନିର୍ଦ୍ଦେଶାଳଗୁଡିକ ବିଭାଗ ସହ ଏକାଠି କାର୍ଯ୍ୟ କରିବେ । ସରକାରୀ ଫାଇଲ ପରିଚାଳନା ପାଇଁ ଗଠିତ ଓସଓାସ ବ୍ୟବସ୍ଥାରେ ମଧ୍ୟ ଏଥିପାଇଁ ପରିବର୍ତ୍ତନ କରାଯାଇ ବିଭାଗ ସହ ସଂଯୋଗ କରାଯିବ ।

ଏଥିସହିତ ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ୫-ଟି ସୂତ୍ର ଉପରେ ଗ୍ରହଣ କରାଯାଇଥିବା ନୂଆ ପଦକ୍ଷେପ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 3 =