ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଓଡ଼ିଶାର ବୁଣାକାରଙ୍କ କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଆୟୋଜିତ

ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଓଡ଼ିଶାର ମାଷ୍ଟର ୱଭର୍ସ ପ୍ରମୁଖ ବୁଣାକାରଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଫ୍ଲିପ୍‌କାର୍ଟ ଓ ସିଡ୍‌ବି ଭଳି ପ୍ରମୁଖ ସଂସ୍ଥା ସହ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଜରିଆରେ ଓଡ଼ିଶାର ହସ୍ତତନ୍ତ ବ୍ୟବସାୟକୁ ସହାୟତା ପ୍ରଦାନ କରିବ । ଆଇଆଇଏମ୍ ସମ୍ବଲପୁର ପରିସରରେ ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ, ଫାକଲଟି ଓ କର୍ତୃପକ୍ଷ ଯୋଗ ଦେଇ ୫୦୦ ବୃକ୍ଷ ରୋପଣ କରିଥିଲେ । ପରିବେଶ ସୁରକ୍ଷାର ମୂଲ୍ୟକୁ ବୁଝିବା ଏବଂ ଏକ ସବୁଜ ପୃଥିବୀ ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିବା ବେଳେ ୧୭ ଜଣ ମାଷ୍ଟର ବୁଣାକାରଙ୍କୁ ଓଏନ୍‌ଡିସି ଡିଜିଟାଲ୍ ପ୍ଲାଟଫର୍ମରେ ସାମିଲ କରାଯାଇଥିବା ବେଳେ ସେମାନେ ନିଜର ଉତ୍ପାଦ ବିକ୍ରି ଆରମ୍ଭ କରିଛନ୍ତି । ଖୁବ୍‌ଶୀଘ୍ର ଏହି ପ୍ଲାଟଫର୍ମରେ ପ୍ରାୟ ୧୦୦ ବୁଣାକାରଙ୍କ ଉତ୍ପାଦ ସାମିଲ କରାଯିବ । ବୁଣାକାରଙ୍କ ଡିଜିଟାଲ୍ କାଟେଲଗ୍‌କୁ ଓଏନ୍‌ଡିସିରେ ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ ‘ମାଷ୍ଟର ବୁଣାକାରଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ତାଲିମ ମାନୁଆଲ୍‌’ ଓ ପ୍ରକଳ୍ପ ୱେବସାଇଟ୍ ‘ଙ୍ଗଙ୍ଗଙ୍ଗ.ଭଙ୍କଦ୍ଭଳବକ୍ସଙ୍ଖରକ୍ଷକ୍ଷଚ୍ଚ.ମକ୍ଟଜ୍ଞ’ କୁ ଅତିଥିମାନେ ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ବୁଣାକାରଙ୍କ ଉତ୍ପାଦର ପ୍ରଦର୍ଶନୀ ତଥା ସେଲ୍‌ସ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଭାରତ ସରକାରଙ୍କ ବୟନ କମିସନର ରୁପ୍ ରାଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡ୍‌ବିର ସିଜିଏମ୍ ଡକ୍ଟର ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈସୱାଲ ଯୋଗ ଦେଇଥିଲେ । ମାଷ୍ଟର ବୁଣାକାରଙ୍କ ୧୦୦ରୁ ଅଧିକ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ୍ କହିଛନ୍ତି ଯେ, “ବ୍ରିଟିଶ ଉପନିବେଶବାଦ ପୂର୍ବରୁ ବିଶ୍ୱ ଜିଡିପିକୁ ୩୦ ପ୍ରତିଶତ ଯୋଗଦାନ ସିହିତ ବିଶ୍ୱର ସର୍ବବୃହତ ଶିଳ୍ପ ଭାବେ ପରିଗଣିତ ହେଉଥିବା ଭାରତର ସ୍ୱଦେଶୀ ହସ୍ତତନ୍ତ ଶିଳ୍ପକୁ ମାନ୍ୟତା ଓ ତାହାର ପ୍ରସାର କରିବା ଲାଗି ଆମେ ଉଦ୍ୟମ କରୁଛୁ । ଏହି ଉଦ୍ୟମ ଜରିଆରେ ସମୃଦ୍ଧ ଐତିହ୍ୟ ଓ ଅର୍ଥନୈତିକ ସମ୍ଭାବନାର ସଂରକ୍ଷଣ ଲାଗି ସହଯୋଗିତା ପାଇଁ ସେ ସିଡ୍‌ବିକୁ କୃତଜ୍ଞତା ଜଣାଇଛନ୍ତି । ପ୍ରଫେସର ଜୈସ୍‌ୱାଲ୍ କହିଛନ୍ତି ଯେ, “ସେୟାରଡ୍ ସର୍ଭିସ୍ ମଡେଲ୍ ଆଧାରରେ ଓଡ଼ିଶାର ମାଷ୍ଟର ବୁଣାକାର ଓ କାରିଗରମାନଙ୍କୁ ଆଇଆଇଏମ୍ ସମ୍ବଲପୁର ସହାୟତା ଓ ତାଲିମ ଜାରି ରଖିବ । ଫ୍ରାନ୍‌ସର ପ୍ୟାରିସ୍ ସ୍ଥିତ ଇଟଂରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ୟୁନିଭର୍ସିଟି କନସୋର୍ଟିୟମ୍ ଓ ଦିଲ୍ଲୀ କ୍ୟାମ୍ପସ ସହିତ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଥିବାରୁ ମାଷ୍ଟର ବୁଣାକାରମାନଙ୍କ ହସ୍ତତନ୍ତ ଉତ୍ପାଦ ଦିଲ୍ଲୀ, ପ୍ୟାରିସ୍ ଓ ମିଲାନରେ ପ୍ରଦର୍ଶିତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ପ୍ରକଳ୍ପ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭଙ୍କଦ୍ଭଳବକ୍ସଙ୍ଖବକ୍ଷକ୍ଷରଚ୍ଚଗ୍ଦ.ମକ୍ଟଜ୍ଞ/ କୁ ଉନ୍ମୋଚନ କରି ସେ କହିଛନ୍ତି ଯେ ଏହା ସାରା ବିଶ୍ୱରେ ଥିବା ବୁଣାକାର ସମ୍ପ୍ରଦାୟକୁ ଯୋଡ଼ିବ । ଆଇଆଇଏମ୍ ସମ୍ବଲପୁରର ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ବିଷୟରେ ସେ ଆଲୋକପାତ କରିଥିଲେ ଯାହା ଏହି ଅଂଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’
ଭାରତ ସରକାରଙ୍କ ବୁଣାକାର କମିସନର ରୁପ ରାଶି ଭାରତୀୟ ସଂସ୍ଥାଗୁଡ଼ିକର ଦୀର୍ଘସ୍ଥାୟୀ ଆହ୍ୱାନକୁ ବୁଝିବା ଉପରେ ଆଲୋକପାତ କରିବା ସହ ସ୍ଥାନୀୟ ସଂସ୍ଥା ମାନସିକତାକୁ ବାହାରକୁ ଆସିଲେ ଅଭିବୃଦ୍ଧି ଓ ଦୀର୍ଘସ୍ଥାୟିତ୍ୱ ଦୃଢ଼ ହୋଇପାରିବ ବୋଲି କହିଥିଲେ । ଉତ୍ପାଦକଙ୍କୁ ସଶକ୍ତ ଓ ସ୍ୱୀକୃତି ପ୍ରଦାନ କରିବାରେ ନିରନ୍ତର ଉତ୍ପାଦ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ । ଉପଯୁକ୍ତ ମୁଲଚାଲ ଓ ଅଳ୍ପ ମୂଲ୍ୟ ସମସ୍ୟାକୁ ଏଡ଼ାଇବା ଲାଗି ଉତ୍ପାଦକମାନଙ୍କୁ ଚିହ୍ନଟ ଓ ସ୍ୱୀକୃତି ପ୍ରଦାନ କରିବା ଜରୁରୀ । ସମ୍ବଲପୁରୀ ହସ୍ତତନ୍ତ ଉତ୍ପାଦକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିବା ଲାଗି ମନ୍ତ୍ରାଳୟ ପଦକ୍ଷେପ ଗ୍ରହଣ କରିବ । ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଓ ସହଯୋଗିତାର ପ୍ରସାର ଜରିଆରେ ଆମେ ସ୍ଥାନୀୟ ସଂସ୍ଥାର ଉନ୍ନତି ଆଣିପାରିବା ଏବଂ ସେମାନଙ୍କ ଦୀର୍ଘସ୍ଥାୟିତ୍ୱ ଓ ସ୍ଥିରତାକୁ ସୁନିଶ୍ଚିତ କରିପାରିବା ବୋଲି ସେ କହିଛନ୍ତି ।
ଏହି ଅଂଚଳର ମାଷ୍ଟର ବୁଣାକାରଙ୍କ ପାଇଁ କ୍ଲଷ୍ଟର ବିକାଶ ଲାଗି ସିଡ୍‌ବିର ଦୃଷ୍ଟିକୋଣ ବିଷୟରେ ଡକ୍ଟର ଶୁଭ୍ରାଂଶୁ ଆଚାର୍ଯ୍ୟ ଆଲୋଚନା କରିଥିଲେ ।
ମାଷ୍ଟର ବୁଣାକାର ସୁଶିଲା ମେହେର ଓ ଗଜପତି ମେହେର ନିଜ ପ୍ରେରଣାଦାୟୀ କାହାଣୀ ବର୍ଣ୍ଣନା କରିଥିଲେ । ଆଇଆଇଏମ୍ ସମ୍ବଲପୁରର କର୍ପୋରେଟ ଯୋଗାଯୋଗ ଅଧ୍ୟକ୍ଷ ପ୍ରଫେସର ଆନନ୍ଦ ହିନ୍ଦୋଳିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

11 − 5 =