ପ୍ରାଇମ୍ ଡେ’ ୨୦୨୩ରେ ଆମାଜନ୍ ଗ୍ଲୋବାଲ୍ ସେଲିଂର ଭାରତୀୟ ରପ୍ତାନିକାରୀଙ୍କ ବ୍ୟବସାୟରେ ପ୍ରାୟ ୭୦% ବୃଦ୍ଧି

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇ ୧୧ ଓ ୧୨ ତାରିଖରେ ବିଶ୍ୱବ୍ୟାପୀ ଅନୁଷ୍ଠିତ ପ୍ରାଇମ୍ ଡେ’ ୨୦୨୩ରେ ଆମାଜନ୍ ଗ୍ଲୋବାଲ୍ ସେଲିଂର ଭାରତୀୟ ରପ୍ତାନିକାରୀମାନଙ୍କ ବ୍ୟବସାୟରେ ପ୍ରାୟ ୭୦ ପ୍ରତିଶତ ବୃଦ୍ଧି ହୋଇଛି । ଭାରତୀୟ ରପ୍ତାନିକାରୀମାନେ ବିଶ୍ୱବ୍ୟାପୀ ଗ୍ରାହକଙ୍କୁ କୋଟି କୋଟି ଉତ୍ପାଦ ବିକ୍ରି କରିଛନ୍ତି । ବିଉଟି ଉତ୍ପାଦ ବିକ୍ରିରେ ୧୨୫%, ପୋଷାକରେ ୧୨୨ ପ୍ରତିଶତ, ଗୃହରେ ୮୧%, ଆସବାବପତ୍ରରେ ୭୫%, ରୋଷେଇ ସାମଗ୍ରୀରେ ୫୨% ଭଳି ଉଚ୍ଚ ସ୍ତରର ବୃଦ୍ଧି ହୋଇଛି । ଆମାଜନରେ ଭାରତୀୟ ରପ୍ତାନିକାରୀମାନଙ୍କ ସଫଳତା ସାରା ଦେଶର ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ୱାରା ଇ-କମର୍ସ ରପ୍ତାନିର ଗ୍ରହଣୀୟତାକୁ ଦର୍ଶାଉଛି । ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିଥିବା କିଛି ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେଉଛି ହୋମ୍‌ସ୍ପୁନ୍ ଗ୍ଲୋବାଲ୍‌, କାଲିଫର୍ଣ୍ଣିଆ ଡିଜାଇନ୍ ଡେନ୍‌, ଗ୍ଲାମ୍‌ବର୍ଗ, ଇଣ୍ଡୋ କାଉଂଟ୍‌, ସ୍କିଲମାଟିକ୍‌ସ, ହିମାଳୟ ଯେଉଁମାନେ ପ୍ରାଇମ୍ ଡେ’ ୨୦୨୩ରେ ଅଂଶଗ୍ରହଣ କରିଥିଲେ ।
ଭାରତୀୟ ସହରଗୁଡ଼ିକ ମଧ୍ୟରୁ ପାନିପତ୍‌ର ରପ୍ତାନିକାରୀମାନେ ୭୫%, ଇନ୍ଦୋରର ୫୫%, ଜୟପୁରର ୫୫% ଓ ଇରୋଡ୍‌ର ୪୦% ଅଭିବୃଦ୍ଧି ହାସଲ କରିଛନ୍ତି । ପ୍ରାଇମ୍ ଡେ’ରେ ବିକ୍ରି ହୋଇଥିବା ଶ୍ରେଷ୍ଠ ପାଂଚ ଉତ୍ପାଦ ହେଉଛି ବେଡ୍‌ସିଟ୍‌, ସ୍କ୍ରବ୍ ପୋଷାକ୍ ସେଟ୍‌, ୱିଣ୍ଡ୍‌ସିଲ୍‌ଡ ସନ୍‌ସେଡ୍‌, ଏସ୍‌ଟିଇଏମ୍ ଖେଳନା ଓ ରୋଷେଇ ଉତ୍ପାଦ (ସ୍ଲାୟର) ।
“ବିଶ୍ୱବ୍ୟାପୀ ୨୦ କୋଟିରୁ ଅଧିକ ଆମାଜନ୍ ପ୍ରାଇମ୍ ସଦସ୍ୟ ଥିବା ବେଳେ, ପ୍ରାଇମ୍ ଡେ’ରେ ଆମାଜନ୍ ଗ୍ଲୋବାଲ୍ ସେଲିଂରେ ଭାରତୀୟ ରପ୍ତାନିକାରୀମାନଙ୍କ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧି ଅବଦ୍ଧି ସାବ୍ୟସ୍ତ ହେଉଛି । ଚଳିତ ବର୍ଷ ବର୍ଷ ସାରା ଦେଶର ଶହ ଶହ ରପ୍ତାନିକାରୀ ଲକ୍ଷାଧିକ ଭାରତୀୟ ଉତ୍ପାଦ ବିଶ୍ୱବ୍ୟାପୀ ଗ୍ରାହକଙ୍କ ନିକଟରେ ପହଂଚାଇଛନ୍ତି । ବିଶ୍ୱବ୍ୟାପୀ ଅଧିକରୁ ଅଧିକ ଲୋକ ଇ-କମର୍ସ ଉପରେ ନିର୍ଭରଶୀଳ ହୋଇଥିବାରୁ ଆମର ବିଶ୍ୱାସ ରହିଛି ଯେ ଆମାଜନ ଗ୍ଲୋବାଲ୍ ସେଲିଂ ସବୁ ପ୍ରକାର ବିକ୍ରେତାଙ୍କ ରପ୍ତାନି ବ୍ୟବସାୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଆମାଜନ୍ ଇଣ୍ଡିଆର ଗ୍ଲୋବାଲ୍ ଟ୍ରେଡ୍ ଡାଇରେକ୍ଟର ଭୁପେନ୍ ୱାକାଙ୍କର କହିଛନ୍ତି ।’’
“ପ୍ରାଇମ ଡେ’ ଆମର ଶ୍ରେଷ୍ଠ କାର୍ଯ୍ୟକ୍ରମ ସାବ୍ୟସ୍ତ ହୋଇଛି ଯେଉଁଥିରେ ସାଧାରଣ ବ୍ୟବସାୟ ଦିନ ତୁଳନାରେ ୧୦୦% ଅଭିବୃଦ୍ଧି ହୋଇଥିବା ବେଳେ ୬ ଗୁଣା ବୃଦ୍ଧି ହାସଲ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଉତ୍ପାଦ ଉନ୍ମୋଚନ ପାଇଁ ଆଗୁଆ ଯୋଜନା, ଡିଲ୍‌ରେ ସକ୍ରିୟ ସହଯୋଗ, ମାର୍କେଟିଂ ଉଦ୍ୟମକୁ ବଢ଼ାଇବା ଓ ଇନ୍‌ଭେଟୋଂରି ପରିଚାଳନା ଆଦି ଯୋଗୁଁ ଏହି ଫଳ ମିଳିପାରିଛି ବୋଲି ଲିନେନ୍‌ୱାଲାସ୍‌ର ପ୍ରତିଷ୍ଠାତା ମଧୁର ସିଂଘଲ କହିଛନ୍ତି ।’’
ଆଇନଷ୍ଟାଇନ୍ ବକ୍ସର ପ୍ରତିଷ୍ଠାତା ଭରତ ଗୁଲିଆ କହିଛନ୍ତି ଯେ, “ଗତବର୍ଷର ପ୍ରାଇମ୍ ଡେ’ ତୁଳନାରେ ଏଥର ଆମର ୫ ଗୁଣା ଅଭିବୃଦ୍ଧି ହୋଇଛି । ଆମାଜନ୍ ଡଟ୍ କମ୍‌ରେ ଆମେ ସଫଳତାର ସହ ଆର୍ଲି ଲର୍ଣ୍ଣିଂ ଓ ସାଇନ୍ସ କିଟ୍ ବିକ୍ରି କରି ବହୁ ଗ୍ରାହକଙ୍କ ବିଶ୍ୱାସ ଓ ଭଲ ପାଇବା ହାସଲ କରିଛୁ । ବିଶ୍ୱ ବଜାରରେ ଚାହିଦା ପ୍ରକୃତରେ ବହୁତ ଏବଂ ଆମେ ବ୍ୟବସାୟ ବଢ଼ାଇପାରିଥିବାରୁ ଆମାଜନ୍ ଗ୍ଲୋବାଲ୍ ସେଲିଂକୁ ଧନ୍ୟବାଦ ଜଣାଇବାକୁ ଚାହୁଛୁ । ବିଶ୍ୱସ୍ତରରେ ମିଳିଥିବା ସଫଳତା ଭାରତୀୟ ନିର୍ମାତା ଭାବେ ଆମକୁ ଗର୍ବିତ କରିଥିବା ବେଳେ ନିଯୁକ୍ତି ସୁଯୋଗ ଓ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାରେ ଏହା ଆମକୁ ସକ୍ଷମ କରିପାରିଛି ।’’
ଉତର ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ ଓ ଜାପାନ ଭଳି ବଜାରର ଗ୍ରାହକମାନେ ଭାରତୀୟ ଉତ୍ପାଦ କିଣିଛନ୍ତି । ବିଉଟି, ଆପାରେଲ, ହୋମ୍‌, କିଚେନ୍‌, ଫର୍ଣ୍ଣିଚର, ଖେଳନା ଆଦି ବିକ୍ରିରେ ଅଧିକ ବୃଦ୍ଧି ହୋଇଛି । ଆମେରିକା, ବ୍ରିଟେନ୍ ଓ ମଧ୍ୟପ୍ରାଚ୍ୟ ପାଇଁ ପ୍ରାଇମ୍ ଡେ’ରେ ଭାରତୀୟ ରପ୍ତାନିକାରୀଙ୍କ ବ୍ୟବସାୟ ବଢ଼ିଛି । ଜାପାନ ନୂଆ ରପ୍ତାନି ସ୍ଥଳ ଭାବେ ଉଭା ହୋଇଛି ଯେଉଁଠାରେ ବିକ୍ରିରେ ୫୫% ବୃଦ୍ଧି ଘଟିଛି ।
ଶ୍ରୀ ଭୁପେନ ୱାକାଙ୍କର କହିଛନ୍ତି ଯେ, “୨୦୨୫ ସୁଦ୍ଧା ଭାରତରୁ ୨୦ ବିଲିଅନ ଡଲାର ରପ୍ତାନି ପାଇଁ ଆମେ ସଂକଳ୍ପ ନେଇଥିବା ବେଳେ ଆମାଜନ ଗ୍ଲୋବାଲ୍ ସେଲିଂରେ ପୁରା ଟିମ୍ ରପ୍ତାନିକୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସହଜ ଓ ସୁବିଧାଜନକ କରିବା ଦିଗରେ କାମ କରୁଛନ୍ତି ଓ ରପ୍ତାନି ପ୍ରତି ଭାରତ ସରକାରଙ୍କ ଲକ୍ଷ୍ୟ ପ୍ରତି ଅବଦାନ ପ୍ରଦାନ କରୁଛନ୍ତି ।’’

Share

Leave a Reply

Your email address will not be published. Required fields are marked *

7 − 7 =