ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ୨ ସୁରକ୍ଷା କର୍ମୀ ଗିରଫ

ଭୁବନେଶ୍ୱର() ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ କାର୍ୟ୍ୟାନୁଷ୍ଠାନ ହୋଇଛି । ଏସପ୍ଲାନେଡ ମଲର ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି ।

ଏସପ୍ଲାନେଡ ମଲ ସାମ୍ନାରେ ଧାରଣରେ ଥିବା ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ଡିସିପି । ସେ ସୂଚନା ଦେଇଛନ୍ତି ଯେ, ଏସପ୍ଲାନେଡ ମଲର ଦୁଇଜଣ ସୁରକ୍ଷା କର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳଙ୍କୁ କାର୍ୟ୍ୟରତ ସାମ୍ବାଦିକା ସ୍ୱତୀ ଜେନାଙ୍କୁ ଆର୍କମଣ ଅଭିଯୋଗରେ ଗିରଫ କରିଛି ପୋଲିସ । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅତି ନିନ୍ଦନୀୟ । ଏହି ଘଟଣାରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ । ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଶନିବାର ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏପରିକି ମଲର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ମଧ୍ୟ କହିଥିଲେ ସାମ୍ବାଦିକା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 × two =