ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରରେ ନୂଆ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରର ରଘୁନାଥପୁରରେ ନୂଆ ଶାଖା ସ୍ଥାପନ କରାଯାଇଛି । ଏହା ହେଉଛି ବ୍ୟାଙ୍କ୍‌ର ସହରରେ ୨୮ତମ ଶାଖା । ବି ଆର୍ କମ୍ପେ୍ଲକ୍ସରେ ସ୍ଥାପନ କରାଯାଇଥିବା ଏହି ଶାଖାରେ ଏକ ଏଟିଏମ୍ ତଥା କ୍ୟାସ୍ ରିସାଇକଲର ମେସିନ୍ (ସିଆର୍‌ଏମ୍‌) ରହିଛି ଯାହା ଗ୍ରାହକମାନଙ୍କୁ ନଗଦ ରାଶି ଜମା କରିବା ଏବଂ ଉଠାଣ ସୁବିଧା ପ୍ରଦାନ କରିବ । ଏହି ମେସିନ ଚବିଶ ଘଂଟା କାର୍ଯ୍ୟ କରିବ ।
କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ତଥା ଆଇପିଏସ୍‌,ଏଡିଜିପି, ସିଆଇଡି ସିବି ଶ୍ରୀ ଅରୁଣ ବୋଥ୍ରା ଏହି ଶାଖାକୁ ଉଦ୍‌ଘାଟନ କରିଛନ୍ତି ।
ଏହି ଶାଖା ବ୍ୟାପକ ପ୍ରକାର ଖାତା ଯଥା ସଂଚୟ ଓ ଚଳନ୍ତୀ ଖାତା, ବାଣିଜ୍ୟ ଓ ବିଦେଶୀ ମୁଦ୍ରା ବିନିମୟ ସେବା, ରିକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ସୁନା ଋଣ ଭଳି ସେବା ପ୍ରଦାନ କରୁଛି । ଏଥି ସହିତ ରେମିଟାନ୍ସ ଓ କାର୍ଡ ସେବା ପ୍ରଦାନ କରୁଛି । ଏହି ଶାଖାରେ ଲକର ସୁବିଧା ମଧ୍ୟ ରହିଛି । ନୂଆ ଶାଖା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏବଂ ମାସର ପ୍ରଥମ, ତୃତୀୟ ଓ ପଂଚମ ଶନିବାର ଦିନ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।
ବ୍ୟାଙ୍କର ଓଡ଼ିଶାରେ ୧୮୦ରୁ ଅଧିକ ଶାଖା ଓ ୩୪୫ ଏଟିଏମ୍‌ର ନେଟ୍‌ୱର୍କ ରହିଛି ।
ଆଇସିଆଇସିଆଇ ବ୍ୟାଙ୍କ ଶାଖା, ଏଟିଏମ୍‌, କଲ୍ ସେଂଟର, ଇଟଂରନେଟ୍ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାପକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

ten + three =