ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୪ ଇଂଟରନ୍ୟାସନାଲ୍ ରେସିଂ ଚାମ୍ପିଅନ୍‌ସିପ୍‌ର ଚାଳକ ଘୋଷଣା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆନ୍ତର୍ଜାତିକ ରେସିଂର ୨୦୨୪ ଋତୁ ପାଇଁ ଭାରତୀୟ ଚାଳକଙ୍କ ଦଳ ଘୋଷଣା କରାଯାଇଛି । ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାରି ଜଣ ଚାଳକ ୨୦୨୪ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚାମ୍ପିଅନ୍‌ସିପ୍ (ଏଆର୍‌ଆର୍‌ସି), ଥାଇଲ୍ୟାଣ୍ଡ ଟ୍ୟାଲେଂଟ୍ କପ୍ (ଟିଟିସି) ଓ ଏସିଆ ଟ୍ୟାଲେଂଟ୍ କପ୍ (ଟିଟିସି)ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଏଆର୍‌ଆର୍‌ସିର ୨୦୨୪ ଋତୁରେ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ୨୦୨୩ର ଚାମ୍ପିଅନ୍ କେଭିନ୍ ସମର କ୍ୱିଂଟାଲ୍ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୨୩ର ଏଆର୍‌ଆର୍‌ସି ଋତୁରେ ପ୍ରତିଦ୍ୱନ୍ଦ୍ୱିତା କରି ୩୭ ଜଣ ଚାଳକଙ୍କ ମଧ୍ୟରେ ୧୬ତମ ସ୍ଥାନରେ ରହିଥିଲେ । ଏସିଆ ଟ୍ୟାଲେଂଟ୍ କପ୍ ୨୦୨୨ରେ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ସହିତ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ୨୦୨୩ର ଉପ ବିଜେତା ମୋହସିନ୍ ପରମବାନ୍ ଯୋଗ ଦେବେ । ମୋହସିନ୍ ୨୦୨୩ ଏଆର୍‌ଆର୍‌ସିର ହୋଣ୍ଡା ରେସିଂ ଇଣ୍ଡିଆର ସେ ପ୍ରତିନିଧିତ୍ୱ କରିଥିଲେ । ସେ ୩୭ ଜଣଙ୍କ ମଧ୍ୟରେ ୩୦ତମ ସ୍ଥାନରେ ରହିଥିଲେ ।
ହୋଣ୍ଡା ରେସିଂ ଇଣ୍ଡିଆ ର ଉଦୀୟମାନ ତାରକା ରକ୍ଷୀତ ଡାଭେ ନିଜର ଆନ୍ତର୍ଜାତିକ ପଦାର୍ପଣ କରିବେ । ସେ ଏସିଆ ଟ୍ୟାଲେଂଟ୍ କପ୍ ୨୦୨୪ ଓ ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍‌ରେ ଭାଗ ନେବେ । ତାଙ୍କ ପ୍ରମୁଖ ସଫଳତା ଭିତରେ ସେ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ର ପ୍ରଥମ ଉପ ବିଜେତା ହୋଇଥିଲେ । ତାଙ୍କ ସହିତ ଯୋଗଦେବେ ଜୋହାନ୍ ରେଭିସ୍ ଏମାନୁଏଲ୍ । ସେ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ରେ ପଂଚମ ସ୍ଥାନରେ ଥିଲେ।
୨୦୧୪ରେ ଆରମ୍ଭ ହୋଇଥିବା ଆଇଇଡେମିତ୍ସୁ ଏସିଆ ଟ୍ୟାଲେଂଟ୍ କପ୍ ହେଉଛି ଏସିଆ ଓ ଓସେନିଆର ଯୁବ ପ୍ରତିଯୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ମୋଟରସାଇକେଲ ରୋଡ୍ ରେସିଂ ପ୍ରତିଯୋଗିତା । ମାଲେସିଆ ସୁପରବାଇକ୍ ଗୋଟିଏ ରାଉଣ୍ଡ ସହ ଏଫ୍‌ଆଇଏମ୍ ମୋଟୋଜିପି ବିଶ୍ୱ ଚାମ୍ପିଅନସିପ୍ ସହ ୫ଟି ରାଉଣ୍ଡରେ ଭାଗ ନେଇଥିବା ୧୪ରୁ ୧୭ ବର୍ଷ ବୟସ୍କ ଚାଳକ ପାଇଁ ଏହା ଏକ ସିରିଜ୍ । ଥାଇଲାଣ୍ଡ ଟ୍ୟାଲେଂଟ୍ କପ୍ ହେଉଛି ଏକ ମୋଟରସାଇକେଲ ରେସିଂ ସିରିଜ୍ ଯାହା ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ସେହିପରି ଏଆର୍‌ଆର୍‌ସି ୨୦୨୪ ମାର୍ଚ୍ଚ ୧୫-୧୭ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ୍‌ର ଚାଙ୍ଗ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଆୟୋଜନ କରାଯିବ ।

Share

Leave a Reply

Your email address will not be published. Required fields are marked *

one × 3 =