ମୋଦିଙ୍କୁ ପ୍ରଥମ ଶ୍ରେଣୀ ଛାତ୍ରର ଧମକ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ() ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସିଏଏ ଓ ଏନଆରସି ଲାଗି ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ପ୍ରଭାବ କିପରି ସେମାନଙ୍କ ପିଲାଙ୍କୁ ପ୍ରଭାବିତ କରିଛି ତାହା ହିଁ ଏହି ଭିଡିଓ ଦର୍ଶାଉଛି। ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ଏକ ବାଳକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିଦେଲେ ଦେଶରେ ଏନଆରସିର ଛୁଟି ହୋଇଯିବ ବୋଲି କହୁଛି । ଯେଉଁ ବୟସରେ ପିତାମାତା, ସାଙ୍ଗସାଥୀଙ୍କୁ ଛାଡି ପିଲା ଅନ୍ୟକୁ ଚିହ୍ନେନା ସେହି ବୟସର ପିଲା ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା କଥା ଏବେ ଚିନ୍ତା କରିପାରୁଥିବା ସମସ୍ତଙ୍କୁ ବିସ୍ମିତ କରିଛି।

ସାହିନବାଗରେ ଗତ ୫୩ ଦିନ ହେଲା ସିଏଏ ଓ ଏନଆରସିକୁ ନେଇ ଲୋକେ ଦିନରାତି ବିରୋଧ କରୁଛନ୍ତି। ବିକ୍ଷୋଭକାରୀଙ୍କ ସହ ବିରୋଧ ସ୍ଥଳରେ ସେମାନଙ୍କ ପିଲା ଛୁଆବି ଅଛନ୍ତି। ସିଏଏ ଓ ଏନଆରସିକୁ ନେଇ ପିଲାମାନେ ଯାହା ଦେଖୁଛନ୍ତି ଓ ବୁଝୁଛନ୍ତି ତାହା ଏହି ଭିଡିଓ ବଖାଣୁଛି।

Share

Leave a Reply

Your email address will not be published. Required fields are marked *

five − 4 =