ବସଷ୍ଟାଣ୍ଡରେ ହେବ ସପିଂ ମଲ ଓ ମଲ୍ଟିପ୍ଲେକ୍ସ

ଭୁବନେଶ୍ୱର() ଏଣିକି ସମସ୍ତ ବସ ଷ୍ଟାଣ୍ଡରେ ରହିବ ସପିଂ ମଲ । ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ସହରାଂଚଳ ବିକାଶ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ ହୋଇଛି । କ୍ରୁଟ୍ ପକ୍ଷରୁ ମୋ ବସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ୱାର୍କସପ୍ ଆୟୋଜିତ ହୋଇଛି । ଦେଶ ବାହାରୁ ବିଶେଷଜ୍ଞ ଆସି ଏହି ୱାର୍କସପରେ ଯୋଗ ଦେଇଛନ୍ତି । ବିଶ୍ୱରେ ଥିବା ବଡ଼ ବଡ଼ ସହରରେ ବସ ସେବା କିପରି ଚାଲିଛି ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ମୋ ବସ୍ ସେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି । ଏହି କାର୍ୟ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି । ୫୦ଟି ବିଦ୍ୟୁତ ଚାଲିତ ବସ ସହ ମୋ ବସ୍ କାର୍ୟ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ । ସବୁଠାରୁ ବଡ଼ ଖୁସିର କଥା ହେଲା ଜନସାଧାରଣଙ୍କ ନିକଟରୁ ଭଲ ଫିଡ଼ବ୍ୟାକ୍ ମଧ୍ୟ ମିଳୁଛି । ପ୍ରତ୍ୟେକ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି ପ୍ରତାପ ଜେନା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =