ଝାରପଡ଼ା ଜେଲରୁ ବାହାରିଲେ ଆଇଏଏସ ବିଜୟ କେତନ

ଭୁବନେଶ୍ୱର() ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। ଗତକାଲି ହାଇକୋର୍ଟ ବିଜୟଙ୍କୁ ଜାମିନ ପ୍ରଦାନ କରିଥିଲେ। ଜେଲରୁ ବାହାରିବା ପରେ ବିଜୟ କେତନ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଲାଂଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବିଜୟ କେତନ । ୧ଲକ୍ଷ ଟଙ୍କା ଲାଂଚ ନେବା ବେଳେ ଗିରଫ କରିଥିଲା ବିଜିଲାନ୍ସ । ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ । ଡିସେମ୍ବର ୩ରେ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଗିରଫ ହେବା ପରେ ତାଙ୍କୁ ଫସାଇ ଦିଆଯାଇଛି କହିଥିଲେ ବିଜୟ କେତନ ।

Share

Leave a Reply

Your email address will not be published. Required fields are marked *

nineteen − 17 =