କରୋନା ସଂକ୍ରମିତ ଦମ୍ପତିଙ୍କ ହୃଦୟ ବିଦାରକ ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ବେଜିଂ() ଇଣ୍ଟରନେଟ୍ରେ କରୋନା ଭାଇରସ ଆକ୍ରାନ୍ତ ବୃଦ୍ଧ ଦମ୍ପତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଚୀନ୍ର କେଉଁ ଡାକ୍ତରଖାନାରେ ସେମାନେ ଚିକିତ୍ସାଧିନ ତାହା ସୋସିଆଲ ମିଡିଆ ଭିଡିଓରେ ସ୍ପଷ୍ଟ କରାଯାଇନଥିଲେ ବି , ଏହା ଯେ ଏକ ସୁପର ସ୍ପେଶିଆଲିଟି ହସପିଟାଲ ତାହା ନିଶ୍ଚିତ । ବୃଦ୍ଧ ଦମ୍ପତିଙ୍କ ଭିଡିଓ ଟ୍ୱିଟରରେ ସେୟାର କରି , କେହି ଜଣେ କ୍ୟାପସନ ଲେଖିଛନ୍ତି, What does a couple mean ?( ଏକ ଦମ୍ପତିର ଅର୍ଥ କ’ଣ ?) ପରସ୍ପରକୁ ଗୁଡ୍ ବାଏ କହୁଛନ୍ତି ଦୁହେଁ, କରୋନା ଭାଇରସ ଆକ୍ରାନ୍ତ ଦୁହେଁ ସେମାନଙ୍କ ସାକ୍ଷାତକୁ ଶେଷ ବୋଲି ଭାବିନେଇଛନ୍ତି , ଆଉ ଶେଷରେ ବିଦାୟ ସମୟରେ ପରସ୍ପର ଠାରୁ ଏପରି କହି ବିଦାୟ ନେଉଛନ୍ତି ।


ଏହାକୁ ନେଇ ସୋସିଆଲ ମିଡିଆରେ ଜୋର ପ୍ରତିକ୍ରିୟା । ଏପରି ଭିଡିଓ ସେୟାରିଂ କୁନେଇ ଧନ୍ୟବାଦ ବେଳେ, ଚୀନ୍ରେ କରୋନା କିପରି ଭୟାନକ ହୋଇଛି ଏବଂ ନିୟନ୍ତ୍ରଣ ବାହାରେ ସେ ନେଇ ଉଦବେଗ ପ୍ରକାଶ କରିଛନ୍ତି ନେଟ୍ ବ୍ୟବହାରକାରୀ ।
ଚୀନ୍ରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୪୨୫ ଚୁଇଁଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରି ଭୂତାଣୁ ବୋଲି ଘୋଷଣା କରିସାରିଲାଣି । ସେପଟେ ଚୀନର ଅନେକ ସହର ଏବେ ଅଚଳ ଏବଂ ଅବରୋଧ । ୧୭ ହଜାରରୁ ବେଶି ଆକ୍ରାନ୍ତ ।ବେଶି ଚିନ୍ତା ଦାୟକ ହେଲା, ଏହି ମହାମାରିର ସଂକ୍ରମଣ ବେଶି ଭୟାନକ ଏବଂ କ୍ଷିପ୍ର ।

Share

Leave a Reply

Your email address will not be published. Required fields are marked *

14 + three =