ପୁରୀ ଐତିହ୍ୟ ଆହୁରି ବିକଶିତ ହେବ

ଭୁବନେଶ୍ୱର() ପୁରୀରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ସେତୁ ଭବନରେ ଆୟୋଜିତ ବୈଠକରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୂର୍ତ୍ତ ବିଭାଗର ସଚିବ କିଷନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପ୍ରସ୍ତର ଶିଳ୍ପ ବିଭାଗର ରଘୁନାଥ ମହାପାତ୍ର, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି । ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଶ୍ରୀଜଗନ୍ନାଥ କରିଡର ନିର୍ମାଣ ନେଇ ବୈଠକ ବସିଛି ।

ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକି୍ରୟା ଦେଇ କହିଛନ୍ତି,ଶ୍ରୀକ୍ଷେତ୍ରର ଐତିହ୍ୟ, ସଂସ୍କୃତି , ମହିମା ଓ ପରମ୍ପରାକୁ ଆଗେଇ ନିଆଯିବ । ପୁରୀର ସୁନାମ କିପରି ଦେଶ ତଥା ବିଶ୍ୱରେ ପ୍ରଚାର ହେବ ସେନେଇ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଗଜପତି ।

Share

Leave a Reply

Your email address will not be published. Required fields are marked *

10 + 18 =