ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ୱର ()ମହିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ୟାତନା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ନାରୀ ସୁରକ୍ଷା ଦାବି କରି ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ ।

ବିଜେପି ନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀଙ୍କ ନେତୃତ୍ବରେ ଶତାଧିକ କର୍ମୀ ନବୀନ ନିବାସ ଆଡକୁ ଶୋଭାଯାତ୍ରାରେ ଯାଉଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକାଇଥିଲା । ଫଳରେ ମହିଳା ମୋର୍ଚ୍ଚା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଏପରିକି ସେମାନଙ୍କୁ ପୋଲିସ ଅଟକାଇବାରୁ କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇଥିଲେ । ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ନାରାବାଜି କରିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − two =