କାଲିଠୁ ଏମସ ଓପିଡି ବନ୍ଦ

ଭୁବନେଶ୍ୱର() ଆସନ୍ତାକାଲି  ଠାରୁ ଭୁବନେଶ୍ୱର ଏମସ ଓପିଡି ବନ୍ଦ ରହିବ । ଏନେଇ ଭୁବନେଶ୍ୱର ଏମସ ନିଦେ୍ର୍ଧଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ଆଉ କିଛି କଣ୍ଟେନମେଣ୍ଟ ଜୋନର ହୋଇଥିବାରୁ ସେମାନଙ୍କୁ ଆସିବାକୁ ବାରଣ କରାଯାଇଛି । ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ । ଏହା ସହ ଏକ ସ୍ୱତନ୍ତ୍ର ଆପ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ । ଏମସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ଭୁବନେଶ୍ୱର ଏମସ ନିଦେ୍ର୍ଧଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଓପିଡି ବନ୍ଦ ରହୁଥିଲେ ବି କାଜୁଆଲଟି ଓ ଇମର୍ଜେନସି ସେବା ଚାଲୁ ରହିବ । ଡାଏଲିସିସି ଓ ରେଡିଓ ଥେରାପି ସେବା ଚାଲୁ ରହିବ ବୋଲି ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + eighteen =