ଓଏନ୍‌ଜିସି ଜିତେଗା ତୋ ଇଣ୍ଡିଆ ଜିତେଗା: ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଓଏନ୍‌ଜିସିର ସାଗର ସମ୍ରାଟ ଦେଶ ଉଦ୍ଦେଶ୍ୟରେ ପୁନଃ ଉତ୍ସର୍ଗ

ଭୁବନେଶ୍ୱର: ସାଗର ସମ୍ରାଟରେ ୨୦୨୩ ଜାନୁଆରି ୨୮ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ (ଓଏନ୍‌ଜିସି)ର ଏକ ମୋବାଇଲ୍ ଅଫ୍‌ସୋର ଉତ୍ପାଦନ ୟୁନିଟ୍ ଆଇକନିକ୍ ଡ୍ରିଲିଂ ରିଗ୍ ସାଗର ସମ୍ରାଟକୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଓ ହାଉସିଂ ଓ ସହରାଚଂଳ ବିକାଶ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଦେଶ ଉଦ୍ଦେଶ୍ୟରେ ପୁନଃ ଉତ୍ସର୍ଗ କରି କହିଛନ୍ତି ଯେ “ଓଏନଜିସି ଜିତେଗା ତୋ ଇଣ୍ଡିଆ ଜିତେଗା” (ଓଏନ୍‌ଜିସି ଜିତିଲେ ଭାରତ ଜିତିବ) । ଓଏନ୍‌ଜିସିର ଶକ୍ତି ସୈନିକ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଭେଟିବା ଲାଗି ଏହା ପରେ ମନ୍ତ୍ରୀ ପାନ୍‌ଭେଲ୍‌-୧ ସ୍ଥିତ ଓଏନ୍‌ଜିସି କେନ୍ଦ୍ରୀୟ ବିଦ୍ୟାଳୟ ପଡ଼ିଆ ପରିଦର୍ଶନ କରିଥିଲେ ।
ସାଗର ସମ୍ରାଟରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଓ ହାଉସିଂ ଓ ସହରାଚଂଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଓଏନ୍‌ଜିସିର ଅଧ୍ୟକ୍ଷ ଅରୁଣ କୁମାର ସିଂହ ଓ ଓଏନ୍‌ଜିସିର ନିର୍ଦେଶକ (ବୈଷୟିକ ଓ କ୍ଷେତ୍ର ସେବା) ଓମ୍ ପ୍ରକାଶ ସିଂହ

ଡ୍ରିଲିଂ ରିଗ୍ ଭାବେ ସାଗର ସମ୍ରାଟରେ ନିୟୋଜିତ ହୋଇଥିବା ଓଏନ୍‌ଜିସି କର୍ମଚାରୀ ଏବଂ ତାହାକୁ ଏକ ଏମ୍‌ଓପିୟୁରେ ରୂପାନ୍ତରିତ କରିବା ଲାଗି କାର୍ଯ୍ୟ କରିଥିବା ମାନଙ୍କୁ ମନ୍ତ୍ରୀ ସାକ୍ଷାତ କରିଥିଲେ । ସତୁରି ଦଶକରେ ବମ୍ବେ ହାଇର ଆବିର୍ଭାବ ପରେ ସାଗର ସମ୍ରାଟରେ କାର୍ଯ୍ୟ କରିଥିବା କ୍ରୁ ସଦସ୍ୟମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଭାରତର ଶକ୍ତି ସୁରକ୍ଷା ପ୍ରତି ଉଦ୍ୟମ ଜାରି ରଖିବାକୁ ଓଏନ୍‌ଜିସିର ଶକ୍ତି ସୈନିକମାନଙ୍କୁ ସେ ଉତ୍ସାହିତ କରିଥିଲେ । ହାଇଡ୍ରୋକାର୍ବନ ଉତୋଳନ କ୍ଷେତ୍ରରେ ଯେତେବେଳେ ଅନାବାଦି ବୋଲି ବିଚାର କରାଯାଇଥିଲା ସେହି ସମୟରେ ନିଜସ୍ୱ ତୈଳ ଉତ୍ପାଦନ କରିବା ଲାଗି ଭାରତର ସ୍ୱପ୍ନକୁ ସାକାର କରିଥିବା ସାଗର ସମଗ୍ରାଟ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତର ସବୁଠୁ ଉଲ୍ଲେଖନୀୟ ତୈଳ କ୍ଷେତ୍ରକୁ ସମୃଦ୍ଧ କରିବାରେ ଜ୍ଞାନର ସନ୍ଧାନ, ନିରନ୍ତର ଉତ୍କର୍ଷ ଓ ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତ ହେବା ଲାଗି ଇଚ୍ଛାଶକ୍ତି ପ୍ରତି ଓଏନ୍‌ଜିସି ନିରନ୍ତର ଭାବେ ପ୍ରତିବଦ୍ଧ ରହିଛି । “ଭାରତରେ ଏବେ ଯେଉଁ ଶକ୍ତି ବିପ୍ଳବ ଦେଖାଦେଇଛି ତାହାକୁ ସୁଦୃଢ଼ କରିଛି ଆପଣଙ୍କ ଭଳି ଶକ୍ତି ସୈନିକ ମାନଙ୍କ ଉଦ୍ୟମ । ଆପଣମାନେ ହେଉଛନ୍ତି କ୍ରୁ ଯାହାଙ୍କ ଦ୍ୱାରା ଭାରତର ଶକ୍ତି ରୂପାନ୍ତରଣ ଆଗକୁ ବଢ଼ୁଛି । ଆପଣମାନଙ୍କ ଉଦ୍ୟମ ଜାତୀୟ ଶକ୍ତି ଲକ୍ଷ୍ୟ ହାସଲକୁ ସାକାର କରିବା ଦିଗରେ ଯାହାକୁ ଇନ୍ଧନ ଯୋଗାଉଛି । ଆପଣଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ ବୋଲି କହି ମନ୍ତ୍ରୀ ସାଗର ସମ୍ରାଟର କ୍ରୁମାନଙ୍କୁ ଉତ୍ସାହିତ କରିଥିଲେ । ଓଏନଜିସିକୁ ଆହୁରି କ୍ଷୀପ୍ର ହେବାକୁ ପଡ଼ିବ ଏବଂ ସାଗର ସମ୍ରାଟ ଭଳି କର୍ମଚାରୀମାନଙ୍କୁ ପୁନଃପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏହି ସମାରୋହ ଅବସରରେ ଶିକ୍ଷା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଯେଉଁଥିରେ ଓଏନ୍‌ଜିସିର ରିଗ୍ ଓ ପ୍ଲାଟଫର୍ମ ମଡେଲ୍ ମୂଳ ନମୁନା ସାମିଲ ଥିଲା । ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ “କଲର୍ସ ଅଫ୍ ଇଣ୍ଡିଆ” ନାମକ ନୃତ୍ୟ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯାଇଥିଲା । ମନ୍ତ୍ରୀ ଓଏନ୍‌ଜିସିର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସହଯୋଗ ଉପରେ ବର୍ଦ୍ଧି ଭାରତର ଭବିଷ୍ୟତ ନିର୍ଭର କରୁଥିବା କହି ସେମାନଙ୍କୁ ଅନୁପ୍ରାଣିତ କରିଥିଲେ । ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ଏହାର ଶକ୍ତି ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ ।
୧୯୭୩ରେ କାର୍ଯ୍ୟକ୍ଷମ ହୋଇଥିବା ସାଗର ସମଜ୍ରାଟକୁ ଜାପାନର ମିତସୁବିସି ୟାର୍ଡରେ ନିର୍ମାଣ କରାଯାଇଥିଲା ଏବଂ ୧୯୭୩ ଏପ୍ରିଲ୍ ୩ରେ ହିରୋସିମାରୁ ଅଣାଯାଇଥିଲା । ଆରବ ସାଗରର ଅଫସୋର ଅଂଚଳ ଯାହା ବମ୍ବେ ହାଇ ଭାବେ ପରିଚିତ ସେଠାରେ ଓଏନଜିସିର ପ୍ରଥମ ଅଫସୋର କୂପକୁ ୧୯୭୪ରେ ଖୋଳାଯାଇଥିଲା । ଭାରତର ତୈଳ ସଂପତିକୁ ସାଗର ସମ୍ରାଟ ବଦଳାଇ ଦେଇଥିଲେ ଏବଂ ତାହାକୁ ବିଶ୍ୱ ତୈଳ ମାନଚିତ୍ରରେ ସ୍ଥାନ ଦେଇଥିଲେ । ୩୨ ବର୍ଷ ଭିତରେ ସାଗର ସମ୍ରାଟ ୧୨୫ଟି କୂପ ଖନନ କରିଛି ଏବଂ ଭାରତର ୧୪ ପ୍ରମୁଖ ଅଫସୋର ତୈଳ ଓ ଗ୍ୟାସ ଆବିସ୍କାରରେ ସଂପୃକ୍ତ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଜ୍ୟା-ଅପ୍ ଡ୍ରିଲିଂ ରିଗ୍ ଥିବା ସାଗର ସମ୍ରାଟ ଏବେ ଏକ ଭ୍ରାମ୍ୟମାଣ ଅଫସୋର ପ୍ରଡକ୍ଟନ ୟୁନିଟ୍ (ଏମ୍‌ଓପିୟୁ)ରେ ରୂପାନ୍ତରିତ ହୋଇଛି । ଏହି ଜାହାଜର ରୂପାନ୍ତରଣ କାର୍ଯ୍ୟକୁ ବ୍ରିଟେନର ପ୍ରମୁଖ ଇଞ୍ଜିନିୟରି ଓ କନସଲଟିଂ ସଂସ୍ଥା ଉଡ୍ ଗ୍ରୁପ୍ର ଟେକ୍ସାସ ସ୍ଥିତ ମଷ୍ଟାଙ୍ଗ ୟୁନିଟ୍ ପକ୍ଷରୁ ସମ୍ପାଦନ କରାଯାଇଛି ।

୨୦୨୨ ଡିସେମ୍ବର ୨୩ରେ ଏମଓପିୟୁ ସାଗର ସମ୍ରାଟରୁ ଉତ୍ପାଦନ ଆରମ୍ଭ ହୋଇଛି । ଏହି ଜାହାଜକୁ ଏବେ ୱେଷ୍ଟର୍ଣ୍ଣ ଅଫସୋର (ଡବ୍ଲୁଓ-୧୬) କ୍ଷେତ୍ରରେ ନିୟୋଜିତ କରାଯାଇଛି ଯାହା ବମ୍ବେ ପଶ୍ଚିମରୁ ୧୪୦-୧୪୫ କିମି ଦୂରରେ ଅବସ୍ଥିତ । ଓଏନଜିସିର ପୁରୁଣା ଡବ୍ଲୁଓ-୧୬ କୂପର ହେଡ୍ ପ୍ଲାଟଫର୍ମ ପାଖରେ ୭୬ ମିଟର ଗଭୀର ଜଳରେ ଥିବା ଏହି ଜାହାଜ ଡବ୍ଲୁଓ କ୍ଲଷ୍ଟରର ଛୋଟ କ୍ଷେତ୍ରଗୁଡ଼ିକରୁ ଉତ୍ପାଦନରେ ପ୍ରମୁଖ ଭୂମିକା ନିର୍ବାହ କରିବ, ଫଳରେ ୱେଷ୍ଟର୍ଣ୍ଣ ଅଫସୋରରୁ ଉତ୍ପାଦନ ବୃଦ୍ଧି ପାଇବ । ଦୈନିକ ୨୦,୦୦୦ ବ୍ୟାରେଲ ଅଶୋଧିତ ତୈଳକୁ ପରିଚାଳନା କରିବା ଲାଗି ଏମଓପିୟୁକୁ ଡିଜାଇନ କରାଂଯାଇଛି ଏବଂ ଏହାର ସର୍ବର୍ାଧିକ ଗ୍ୟାସ୍ କ୍ଷମତା ହେଉଛି ଦୈନିକ ୨.୩୬ ନିୟୁତ କ୍ୟୁବିକ୍ ମିଟର ।

Share

Leave a Reply

Your email address will not be published. Required fields are marked *

20 + 14 =