ଜ୍ୟୋତି ସିଏନସି ଅଟୋମେସନ୍ ଲିମିଟେଡର ଇନିସିଆଲ୍ ପବ୍ଲିକ ଅଫର୍ ଜାନୁୟାରୀ ୦୯, ୨୦୨୪ରେ ଖୋଲିବ

ଭୁବନେଶ୍ୱର: ଭାରତର ଅଗ୍ରଣୀ ମେଟାଲ କଟିଙ୍ଗ୍ କମ୍ପ୍ୟୁଟର ନ୍ୟୁମେରିକାଲ୍ କଂଟ୍ରୋଲ୍ (ସିଏନସି) ଉତ୍ପାଦକମାନଙ୍କ ମଧ୍ୟରୁ ଅନ୍ୟତମ ଜ୍ୟୋତି ସିଏନସି ଅଟୋମେସନ୍ ଲିମିଟେଡ୍ (“କମ୍ପାନୀ”) ଇକ୍ୱିଟି ପ୍ରଦାନ ଘୋଷଣା କରିଛି । ସେୟାରଗୁଡିକ (“ଇସୁ”) ଏହାର ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି । ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୦୮, ୨୦୨୪, ସୋମବାର ଦିନ ବିଡ୍ ଦାଖଲ କରିପାରିବେ । ବିଡ୍ ଗୁରୁବାର, ଜାନୁୟାରୀ ୧୧, ୨୦୨୪ ରେ ବନ୍ଦ ହେବ ।
କମ୍ପାନୀର ପ୍ରାରମ୍ଭିକ ସାର୍ବଜନୀନ ଅଫର୍ ୧,୦୦୦ କୋଟି ଟଙ୍କା ର ଏକ ନୂତନ ଇସୁକୁ ନେଇ ଗଠିତ ଏହି ଅଫର ପାଇଁ ମୂଲ୍ୟ ପ୍ରତି ଇକ୍ୱିଟି ସେୟାର ପ୍ରତି ୩୧୫ ଟଙ୍କା ସ୍ଥିର ହୋଇଛି । ସର୍ବନିମ୍ନ ୪୫ ଇକ୍ୱିଟି ସେୟାର ଏବଂ ତା’ପରେ ୪୫ ଇକ୍ୱିଟି ସେୟାରର ଗୁଣରେ ବିଡ୍ କରାଯାଇପାରିବ । କର୍ମଚାରୀଙ୍କ ପାଇଁ ସଂରକ୍ଷିତ ଅଂଶରେ ବିଡିଂ ଯୋଗ୍ୟ ଯୋଗ୍ୟ କର୍ମଚାରୀଙ୍କୁ ଇକ୍ୱିଟି ସେୟାର ପ୍ରତି ୧୫ ଟଙ୍କା ରିହାତି ପ୍ରଦାନ କରାଯାଉଛି ।
ଇସୁ ଦ୍ୱାରା ଉଠାଯାଇଥିବା ଅର୍ଥକୁ ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ ଏବଂ / କିମ୍ବା କିଛି ରୁଣର ପରିଶୋଧ ପାଇଁ ବ୍ୟବହାର କରିବାକୁ, କମ୍ପାନୀର ଦୀର୍ଘକାଳୀନ କାର୍ଯ୍ୟ ପୁଞ୍ଜି ଆବଶ୍ୟକତାକୁ ତଥା ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବିତ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି, ଆକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟି ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

12 − 10 =