ଆଇଟେଲ୍ ପକ୍ଷରୁ ଏ୭୦ ସ୍ମାର୍ଟଫୋନ୍ ଉନ୍ମୋଚିତ, ଦାମ୍ ୭,୨୯୯ ଟଙ୍କା

ଭୁବନେଶ୍ୱର: ଦଶ ହଜାର ଟଙ୍କାରୁ କମ୍ ଦାମ୍‌ର ସ୍ମାର୍ଟଫୋନ୍ ବ ଦେଶର ଅଗ୍ରଣୀ କଂପାନି ଆଇଟେଲ୍ ପକ୍ଷରୁ ୨୫୬ ଜିବି ଷ୍ଟୋରେଜ୍ ଓ ୧୨ ଜିବି ରାମ୍ ଥିବା ଭାରତର ପ୍ରଥମ ଫୋନ୍‌କୁ ୭,୨୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ କରି ୨୦୨୪ରେ ପ୍ରବେଶ କରିଛି । ଏ-ସିରିଜ୍ ବର୍ଗରେ କଂପାନି ଆଣିଥିବା ଏହି ଫୋନ୍‌ର ନାମ ହେଉଛି ଏ୭୦ । ଏଥିରେ ୬.୬ ଇଂଚ୍‌ର ଏଚ୍‌ଡି+ ଡିସ୍‌ପ୍ଲେ ସହିତ ଡାଇନାମିକ୍ ବାର୍ ଏବଂ ସହଜ ଓ ନିରବଚ୍ଛିନ୍ନ ଇଂଟରଫେସ୍ ରହିଛି । ୧୨୮ ଜିବି ଷ୍ଟୋରେଜ୍ ସହିତ ୧୨(୪+୮) ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ୍‌ରେ ୧୨(୪+୮) ଜିବି ରାମ୍ ଭଳି ଦୁଇଟି ଭାରିଆଂଟ୍‌ରେ ଏହା ଉପଲବ୍ଧ ହୋଇଛି ।
ଚଳିତ ବର୍ଷ ଜାନୁଆରି ୫ରୁ ଚାରିଟି ଆକର୍ଷଣୀୟ ରଙ୍ଗରେ ଏହା ଉଭୟ ଅଫଲାଇନ୍ ଓ ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ଗ୍ରାହକମାନଙ୍କୁ ଅତୁଳନୀୟ ମେମୋରି ଅନୁଭୂତି ପ୍ରଦାନ କରିବା ସହିତ ଏହି ବର୍ଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିବାରେ କଂପାନି ଲାଗି ସହାୟକ ହେବ । ଏ୭୦ରେ ରହିଛି ଏକ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ଏବଂ ଶୀଘ୍ର ଚାର୍ଜିଂ ଲାଗି ଟାଇପ୍‌-ସି ଚାର୍ଜିଂ ବ୍ୟବସ୍ଥା । ଏଥିରେ ୧୩ ମେଗାପିକ୍ସେଲ୍‌ର ଏଚ୍‌ଡିଆର୍ କ୍ୟାମେରା ଏବଂ ୮ ମେଗାପିକ୍‌ସେଲ୍ ସେଲ୍‌ଫି କ୍ୟାମେରା ରହିଛି ।
ଏହି ଅବସରରେର ଆଇଟେଲ୍ ଇଣ୍ଡିଆର ସିଇଓ ଅରିଜିତ ତଲାପାତ୍ର କହିଛନ୍ତି ଯେ, “ଆମେ ୨୦୨୪ରେ ପାଦ ଥାପିବା ସହିତ ପ୍ରତିଯୋଗିତାମୂଳକ ମୂଲ୍ୟରେ ଅତୁଳନୀୟ ବୈଶିଷ୍ଟ୍ୟ, ଷ୍ଟାଇଲିସ ସୌନ୍ଦର୍ଯ୍ୟ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଉଦ୍ଭାବନ ଆରମ୍ଭ କରି ଗ୍ରାହକଙ୍କ ସେବା କରିବା ପାଇଁ ଆମର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛୁ । ଆଇଟେଲ୍ ଏ୭୦ ସ୍ମାର୍ଟଫୋନ୍‌ର ଉନ୍ମୋଚନ ଆମର ଆଗଧାଡ଼ିର ଆଭିମୁଖ୍ୟର ପ୍ରମାଣ, ଯେଉଁଥିରେ ଶିଳ୍ପର ଅଗ୍ରଣୀ ୨୫୬ ଜିବି ଷ୍ଟୋରେଜ୍ ଏବଂ ୧୨ ଜିବି ରାମ୍ ଏବଂ ଡାଇନାମିକ୍ ବାର୍ ଟେକ୍ନୋଲୋଜି ସହିତ ୬.୬ ଇଂଚ୍‌ର ଆକର୍ଷଣୀୟ ଡିସ୍‌ପ୍ଲେ ରହିଛି । କ୍ରମାଗତ ଭାବେ ବିକଶିତ ହେଉଥିବା ଟେକ୍ନୋଲୋଜି କ୍ଷେତ୍ରରେ ପ୍ରଦର୍ଶନ ଏବଂ ମୂଲ୍ୟ ପାଇଁ ନୂତନ ମାନଦଣ୍ଡ ସ୍ଥାପିତ କରି ଉଦୀୟମାନ ସ୍ମାର୍ଟଫୋନ୍ ସେଗେମେଂଟରେ ପୁଣି ଥରେ ବିପ୍ଳବ ଆରମ୍ଭ କରିବାକୁ ଆମେ ଉତ୍ସାହିତ ।”
ବୃହତ ମେମୋରୀ ଏବଂ ଦୀର୍ଘସ୍ଥାୟୀ ୫୦୦୦ ଏମଏଏଚ ବ୍ୟାଟେରୀ ସହିତ ଅନ୍ୟ ଏକ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏକ ଇଟଂରଆକ୍ଟିଭ୍ ଡାଇନାମିକ୍ ବାର୍ ସହିତ ୬.୬ ଇଂଚ୍‌ର ଏଚଡି + ଡିସପ୍ଲେ । ଫୋନ୍ କଲ୍ ସମୟରେ ସତର୍କତା, ଚାର୍ଜିଂ ଅଧିବେଶନ ପାଇଁ ଅଗ୍ରଗତି ଅପଡେଟ୍ ଏବଂ ଫେସ୍ ଅନଲକ୍ ଭଳି ସୁବିଧା ଏଥିରେ ରହିଛି । ଆଇଟେଲ୍ ଏ୭୦ ଜାନୁଆରି ୫ତାରିଖରୁ ୭,୨୯୯ ଟଙ୍କା ଆକର୍ଷଣୀୟ ମୂଲ୍ୟରେ ଫିଲ୍ଡ ଗ୍ରୀନ୍‌, ଆଜୁର ବ୍ଲୁ, ବ୍ରିଲିଏଂଟ୍ ଗୋଲ୍ଡ ଆଣ୍ଡ ଷ୍ଟାର୍ଲିସ୍ ବ୍ଲାକ୍ ଭଳି ଚାରିଟି ରଙ୍ଗରେ ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

5 × 1 =