ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ସୁସ୍ଥ ହୋଇଥିବା ୮୪ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ୨୪, ଯାଜପୁରୁର ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଓ ପୁରୀରୁ ୪, ନୟାଗଡ଼ରୁ ୨, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୭୩୩ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୭୭ ଆକ୍ଟିଭ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

5 × 3 =