ଟେକ୍ନୋ ପକ୍ଷରୁ ଫାଟଂମ୍ ଭି ଫୋଲ୍ଡର ସ୍ୱତନ୍ତ୍ର ମୂଲ୍ୟ ଘୋଷଣା, ସ୍ପାର୍କ ଗୋ ୨୦୨୪ର ଉନ୍ମୋଚନ

ଭୁବନେଶ୍ୱର: ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ପକ୍ଷରୁ ଫାଟଂମ୍ ଭି ଫୋଲ୍ଡର ସ୍ୱତନ୍ତ୍ର ମୂଲ୍ୟ ଘୋଷଣା କରାଯାଇଛି । ପୂର୍ବରୁ ଏହି ଫୋନ୍‌ର ଦାମ୍ ୮୮, ୮୮୮ ଟଙ୍କା ଥିଲା । ସ୍ୱତନ୍ତ୍ର ଉତ୍ସବ ଅଫରରେ ସେହି ଦାମ୍‌କୁ ୬୯,୯୯୯ ଟଙ୍କାକୁ ହ୍ରାସ କରାଯାଇଛି । ପ୍ରମୁଖ ଟେକ୍ ରିଟେଲରମାନଙ୍କୁ ନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ କଂପାନି ପକ୍ଷରୁ ଏହି ଘୋଷଣା କରାଯାଇଛି । ଟଲିଉଡ୍ ଅଭିନେତା ଯୀଶୁ ସେନଗୁପ୍ତା ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ।
ଫାଟଂମ୍ ଭି ଫୋଲ୍ଡ ହେଉଛି ଏକ ମେଡ୍ ଇନ୍ ଇଣ୍ଡିଆ ଫୋଲ୍‌ଡ ହୋଇପାରୁଥିବା ଫୋନ୍ ଯାହା ଫୋଲ୍‌ଡେବଲ୍ ଫୋନ୍ ବଜାରର ବିପ୍ଳବ ଆଣିଥିବା ବେଳେ ଏହା ହେଉଛନ୍ତି ପ୍ରଥମ ଫୋଲ୍‌ଡେବଲ୍ ଫୋନ୍ ଯାହାର ଦାମ୍ ଏକ ଲକ୍ଷ ଟଙ୍କାରୁ କମ୍ ରହିଛି । ଗ୍ରହକମାନଙ୍କ ପୂରଣ ହୋଇପାରୁନଥିବା ଆବଶ୍ୟକତା ପୂରଣ କରିବା ଲାଗି ଏରୋସ୍ପେସ୍ ଗ୍ରେଡ୍‌ରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିରେ ୭.୬୫ ଇଂଚର ୨କେ ଏଲ୍‌ଟିପିଓ ଆମୋଲେଡ ଫୋଲ୍‌ଡେବଲ୍ ଡିସ୍‌ପ୍ଲେ ବ୍ୟବହାର କରାଯାଇଛି । ଏହି ସ୍ମାର୍ଟଫୋନ୍‌ରେ ରହିଛି ୫-ଲେନ୍‌ସର ଅଲ୍‌ଟ୍ରା ଏଚ୍‌ଡି କ୍ୟାମେରା ଯେଉଁଥିରେ ଛବିର ମାନ ବେଶ ଉତ୍କୃଷ୍ଟ ରହୁଛି । ଏଥିରେ ମିଡିଆଟେକ୍ ୯୦୦୦+ ୫ଜି ପ୍ରୋସେସର ରହିଛି ଯାହା ଶ୍ରେଷ୍ଠ ମାନର ପ୍ରଦର୍ଶନ ପ୍ରଦାନ କରୁଛି ।
ଏହି ଅବସରରେ ଟେକ୍‌ନୋ ମୋବାଇଲ୍ ଇଣ୍ଡିଆର ସିଇଓ ଅରିଜିତ ତଲାପାତ୍ର କହିଛନ୍ତି ଯେ, “ସାରା ଭାରତରେ ଥିବା ଆମ ଗ୍ରାହକମାନଙ୍କ ବିବିଧ ଆବଶ୍ୟକତା ପୂରଣ କରୁଥିବା ଡିଭାଇସ୍ ପ୍ରଦାନ କରିବାର ପ୍ରତିବଦ୍ଧତା ଟେକ୍ନୋର ହୃଦୟ କୋଣରେ ରହିଛି । ଆମେ ଫାଟଂମ୍ ଭି ଫୋଲ୍ଡର ସ୍ୱତନ୍ତ୍ର ମୂଲ୍ୟ ଘୋଷଣା କରିଥିବା ବେଳେ ଅଭିନେତା ଯୀଶୁ ସେନଗୁପ୍ତାଙ୍କ ସହ ସ୍ପାର୍କ ଗୋ ୨୦୨୪କୁ ପୂର୍ବାଚଂଳରେ ଥିବା ଆମ ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ଉନ୍ମୋଚନ କରିଛୁ । ସାରା ଦେଶରେ ଅଭିନବ ପ୍ରଯୁକ୍ତିର ଗ୍ରହଣୀୟତା ବଢ଼ାଇବା ଲାଗି ଥିବା ମିସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉଭୟ ପଦକ୍ଷେପ ପ୍ରତିଟି ଭାରତୀୟଙ୍କୁ ସଶକ୍ତ କରିବା ଲାଗି ଆମର ରହିଥିବା ଅନୁସନ୍ଧାନର ପ୍ରମାଣ । ଆମେ ଗ୍ରାହକଙ୍କୁ ଏଭଳି ଡିଭାଇସ୍ ଦେବାକୁ ଚାହୁଛୁ ଯାହା ସେମାନଙ୍କ ଦୈନନ୍ଦୀନ ଜୀବନରେ ପ୍ରିମିୟମ ସୁବିଧାକୁ ନିରବଚ୍ଛିନ୍ନ ଭାବେ ଯୋଡ଼ିପାରିବ ।’’
ସ୍ପାର୍କ ଗୋ ୨୦୨୪ର ଦାମ୍ ୬,୬୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏଥିରେ ୯୦ ହର୍ଚ ଡଟ୍‌-ଇନ୍ ଡିସ୍‌ପ୍ଲେ, ଡାଇନାମିକ୍ ପୋର୍ଟ, ଡିଟିଏସ୍ ଡୁଆଲ୍ ଷ୍ଟେରିଓ ସ୍ପିକର ଭଳି ସୁବିଧାସୁଯୋଗ ରହିଛି । ୨୦୨୩ ଡିସେମ୍ବର ୭ ତାରିଖଠାରୁ ନିକଟତମ ରିଟେଲ୍ ଆଉଟ୍‌ଲେଟ୍ ଓ ଆମାଜନ୍‌ରେ ଏହାର ବିକ୍ରି ଆରମ୍ଭ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − twenty =