ବ୍ରିଜ ତଳକୁ ବସ ଓଲଟି ୧୦ ଗୁରୁତର

ମାଲକାନଗିର ଜିଲ୍ଲାରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ବ୍ରିଜ ତଳକୁ ବସ ଓଲଟି ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ସୂଚନାନୁସାରେ, ମହାବାହୁ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କ ଧରି କୋରପୁଟ ଜୟପୁରରୁ ମାଲକାନଗିରି ବାଲିମେଳା ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ବସଟି କୌଣସୀ କାରଣରୁ ଭାରସାମ୍ୟ ହରାଇ ଗୋବିନ୍ଦପାଲୀ ନିକଟରେ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି ।
ସେହି ସମୟରେ ସେଠାରେ ବିଏସଏଫ ଯବାନ ତୁରନ୍ତ ଉଦ୍ଧାରକାର‌୍ୟ୍ୟ ଆରମ୍ଭ କରିଦେଇଥିଲେ । ବସରେ ଥିବା ୧୦ରୁ ଅଧିକ ଯାତ୍ରୀ ଏହି ଅଘଟଣରେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ପୋଲିସ ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

nine − 2 =