ସୁପାରୀକିଲର୍ ଜରିଆରେ ହତ୍ୟା

ସାମାନ୍ୟ ଈର୍ଷା ଯୋଗୁ ବଡ଼ ଯା’କୁ ସାନ ଯାଆ ସୁପାରୀ କିଲର ମାଧ୍ୟମରେ ଅତି ଵୀଭତ୍ସ ଭାବେ ହତ୍ୟା କରିବା କେବେ ଶୁଣିଛନ୍ତି? ଏପରି ଘଟଣା ଘଟିଛି ଜୁନାଗଡ଼ରେ। ଏହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ସାନ ଯା’ ସେତେବେଳେ ନାବାଳକ ଥିବା ଜଣେ ଯୁବକକୁ ସୁପାରୀ ଦେଇ ଘଟଣାକୁ ରୂପ ଦେଇଥିଲା। ଉଭୟ ସାନ ଯା’ ଓ ବର୍ତ୍ତମାନ ସାବାଳକ ହୋଇ ସାରିଥିବା ଉକ୍ତ ଯୁବକ ଟଙ୍କଧରକୁ ଗିରଫ କରାଯାଇଛି।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମାଟିଗାଁ ସୂର‌୍ୟ୍ୟକାନ୍ତି ମେହେର ଜଣେ ଗରିବ ଶ୍ରେଣୀର ମହିଳା। ସୂର‌୍ୟ୍ୟକାନ୍ତି ଓ ତାଙ୍କ ସାନ ଯା’ ଚନ୍ଦ୍ରକାନ୍ତିଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ଏହାକୁ ନେଇ ଚନ୍ଦ୍ରକାନ୍ତି ସୂର‌୍ୟ୍ୟକାନ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ଟଙ୍କଧରକୁ ରାଜି କରାଇଥିଲେ। ପର‌୍ୟ୍ୟାୟ କ୍ରମେ ସେ ଟଙ୍କଧରକୁ୨୫ ହଜାର ଟଙ୍କା ମଧ୍ୟ ଦେଇଥିଲେ।
ଗତ ଫେବୃଆରୀ ୧୮ ତାରିଖରେ ସୂର‌୍ୟ୍ୟକାନ୍ତିଙ୍କ ସ୍ୱାମୀ ଓ ପିଲାମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ରାତିରେ ଘରେ ଏକାକୀ ଥିଲେ ସୂର‌୍ୟ୍ୟକାନ୍ତି। ଏହା ଜାଣିବା ପରେ ଚନ୍ଦ୍ରକାନ୍ତି, ଟଙ୍କଧରକୁ ସୂଚନା ଦେଇଥିଲେ। ପରେ ଉଭୟ ସୂର‌୍ୟ୍ୟକାନ୍ତିଙ୍କ ଘରକୁ ଯାଇ କବାଟ ବାଡ଼େଇ ଥିଲେ। ସେ କବାଟ ଖୋଲିବା ମାତ୍ରେ ନାବାଳକ ଜଣଙ୍କ ତାଙ୍କ ବେକକୁ କାଟି ଦେଇଥିଲେ। ପରେ ଏକ ବାଡ଼ିରେ ସୂର‌୍ୟ୍ୟକାନ୍ତିଙ୍କୁ ପିଟିଥିଲା। ଏହାପରେ ଏକ ପଥରରେ ସୂର‌୍ୟ୍ୟକାନ୍ତିଙ୍କ ମୁଣ୍ଡକୁ ଛେଚି ଉଭୟ ହତ୍ୟା କରିଥିଲେ।
ହତ୍ୟାକାଣ୍ଡର ୬ ମାସ ପର‌୍ୟ୍ୟନ୍ତ ପୁଲିସ କୌଣସି ସୁରାକ ପାଇ ନଥିଲା। ଏହାପରେ ମାମଲାଟି କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଗତ ୮ ଦିନ ହେବ କ୍ରାଇମବ୍ରାଞ୍ଚର ଏକ ଟିମ୍ ଜୁନାଗଡ଼ରେ ରହି ଘଟଣାର ତଦନ୍ତ କରୁଥିଲା।

Share

Leave a Reply

Your email address will not be published. Required fields are marked *

four × four =