ଦିପାବଳୀରେ ରିଲିଜ ହେବ ମଲଟି ଷ୍ଟାରର ଫିଲ୍ମ ‘ସୂର୍ଯ୍ୟବଂଶୀ’

ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ‘ସୁର୍ଯ୍ଯବଂଶୀ’ ସହିତ ବଡ ପରଦାରେ ଆସିବେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ ରୋହିତଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର, କଟ୍ରିନି କୈଫଙ୍କ ସହିତ ଅଜୟ ଦେବଗନ ଏବଂ ରଣବୀର ସିଂ ମଧ୍ଯ ନଜର ଆସିବେ ।

ନଭେମ୍ବର 5 ତାରିଖରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । 2020ରୁ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି କରୋନା କଟକଣା ପରେ ମହାରାଷ୍ଟ୍ରରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର ହେବ । ତେବେ ଫିଲ୍ମର ଷ୍ଟାରକାଷ୍ଟ ଥିଏଟରରେ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ଆଶା କରିଛନ୍ତି ନିର୍ମାତା ।

ଅକ୍ଷୟଙ୍କ ‘ବେଲ ବଟମ’ ପ୍ରାୟ 1600 ପରଦାରେ ମୁକ୍ତିଲାଭ କରିଥିଲା ​​। ତେବେ ସୁର୍ଯ୍ଯବଂଶୀ ସମଗ୍ର ଭାରତରେ 3200 ରୁ ଅଧିକ ସିନେମା ହଲରେ ରିଲିଲ ହେବ ।

Share

Leave a Reply

Your email address will not be published. Required fields are marked *

sixteen − 16 =