ଦ୍ୱିତୀୟ ଦିନରେ ପହଞ୍ଚିଲା ତାଲାବନ୍ଦ ଆନ୍ଦୋଳନ

ଧର୍ମଗଡ଼ ବ୍ଲକ୍ ଵେହେରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି ନେଇ ଚାଲିଥିବା ତାଲାବନ୍ଦ ଆନ୍ଦୋଳନ ଆଜି ଦିତ୍ଵୀୟ ଦିନରେ ପହଂଚିଛି ।
ଆନ୍ଦୋଳନ ର ପ୍ରଥମ ଦିନରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧାରଣା ସ୍ଥଳ ପହଞ୍ଚି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଥିଲେ କିନ୍ତୁ କୌଣସି ସମାଧାନ ର ରାସ୍ତା ବାହାରି ନ ଥିଲା ,ଗ୍ରାମ ବାସୀ ନିଜ ଜିଦ ରେ ଅଟଳ ରହିଥିଲେ ।
ବିଦ୍ୟାଳୟରେ ପ୍ରାଥମିକ ସ୍ଥର ରେ ୨୩୮ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୧୭୩ ସର୍ବ ମୋଟ ୪୧୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରିଥିବା ବେଳେ ଶିକ୍ଷକ ସଂଖ୍ୟା ୭ ରହିଛି ଯାହାକି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ସଂଖ୍ୟା କମ ରହିଛି । ଫଳରେ ଛାତ୍ର ଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଅନ୍ୟପଟେ ବିଦ୍ୟାଳୟ ର ଦୁଇ ଜଣ ଶିକ୍ଷକ ଙ୍କୁ ଦେପୁଟେଶନ ବାହାନା ରେ ଅନ୍ୟତ୍ର ନିୟୋଜିତ କରାଯାଇଛି ଫଳରେ ଗ୍ରାମ ବାସି ବିଭାଗୀୟ ଅଧିକାରୀଙ୍କ ଏଭଳି କାର୍ୟ୍ୟ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆବଶ୍ୟକ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ସୁଚନା ଥାଉକି ଗତ ଏପ୍ରିଲ ୪ ତାରିଖ ଦିନ ମଧ୍ୟ ଶିକ୍ଷା କମିଟି ଓ ଗ୍ରାମବାସୀ ଗୋଷ୍ଠିଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟ ରେ ଲିଖିତ ଭାବେ ଅଭିଯୋଗ କରିବା ସହ ଧାରଣା ରେ ବସିଥିଲେ ।
ଏ ନେଇ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଫୋନ୍ ଯୋଗେ ପ୍ରତିକ୍ରିୟା ନେବାରୁ ଦୁଇ ଜଣ ଶିକ୍ଷକ ନିୟୋଜିତ କରାଯିବ ବୋଲି ପ୍ରକାଶ କରିଛନ୍ତି କିନ୍ତୁ ଗ୍ରାମବାସୀ ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ଯୋଗାଇବାକୁ ଅଡି ବସିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 + twelve =