ମାଆଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ

ଗୁଜୁରାଟ ଗସ୍ତ କରି ନିଜ ଘରକୁ ଯାଇ ମାଆଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ମୋଦୀ ଗାନ୍ଧୀନଗର ପହଁଚି ନିଜ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ଓ ତାଙ୍କର ପୂଜା ମଧ୍ୟ କରିଛନ୍ତି ।

ସେ ହୀରାବେନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ଉପହାରରେ ଏକ ଶାଲ୍ ମଧ୍ୟ ପ୍ରଦାନ କରିଛନ୍ତି ।

ଏହି ଅବସରରେ ମୋଦୀଙ୍କ ଭାଇ ଘରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ । ଏହାସହ ପରିବାରର ସମସ୍ତ ସଦସ୍ୟଙ୍କୁ ମିଠା ଦେଇଥିଲେ । ମୋଦୀ ମଧ୍ୟ ମାଆ ହିରାବେନଙ୍କ ସହ ଘରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାସହ ମୋଦୀ ମାଆଙ୍କ ଜନ୍ମଦିନ ପାଇଁ ପାଓ୍ୱାଗଡ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

ପାଓ୍ୱାଗଡରେ ପ୍ରଧାନମନ୍ତ୍ରୀ ମା’ କାଳୀଙ୍କ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । କାରଣ ମୋଦୀ ମା’ କାଳୀଙ୍କୁ ଖୁବ୍ ପୂଜା କରନ୍ତି । ଏଠାରେ ହୀରାବେନଙ୍କ ବୟସ ଶହେ ଛୁଇଁବା ଅବସରରେ ସେ ଖାସ୍ ପୂଜାର୍ଚ୍ଚନା ମଧ୍ୟ କରିବେ ।

ମନ୍ଦିରର ଶିଖରରେ ଆଜି ଧ୍ୱଜାଆହୋରଣ ମଧ୍ୟ ହେବ । କୁହାଯାଉଛି ଯେ, ୫୦୦ ବର୍ଷ ପରେ ଏପରି ସୁଯୋଗ ଆସିଛି । ଏହି ମନ୍ଦିରର ଇତିହାସ ଖୁବ୍ ପୁରୁଣା ଅଟେ । ମନ୍ଦିରରେ ମା’ କାଳୀଙ୍କ ଆଖିକୁ ହିଁ କେବଳ ଦର୍ଶନ କରାଯାଏ । ଏଠାରେ ପହଁଚିବା ପାଇଁ ରୋପ୍ ଓ୍ୱେର ସହାୟତା ନେବାକୁ ପଡେ ଓ ଏହାପରେ ୨୫୦ ସିଢି ଚଢିବାକୁ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

15 − ten =