୧୭ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ପରିବାର ଶିକ୍ଷାବୃତି ପ୍ରଦାନ

୨୦୦୭ ପରଠାରୁ ୨୧୬ ଛାତ୍ରଛାତ୍ରୀଙ୍କୁ ମିଳିଛି ଏହି ଶିକ୍ଷାବୃତି
କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗରର (ଟିଏସ୍‌କେ) ବିସ୍ଥାପିତ ପରିବାରର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍ କଳିଙ୍ଗନରର କର୍ପୋରେଟ୍ ସର୍ଭିସେସ୍ ହଲ୍‌ରେ ମଙ୍ଗଳବାର ଦିନ “ଟାଟା ଷ୍ଟିଲ୍ ପରିବାର ଶିକ୍ଷାବୃତି ୨୦୨୩-୨୪’ ପ୍ରଦାନ କରାଯାଇଛି ।
ଏହି ଅବସରରେ ଟିଏସ୍‌କେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର କୁମାର ଜାମୁଦା, ଗୋଷ୍ଠୀ ନେତା ବିରେନ ଜାମୁଦା ଓ ଡାବର ଆଙ୍ଗରାଇ ପ୍ରମୁଖ ଯୋଗ ଦେଇଥିଲେ ।
ଟିଏସ୍‌କେ ଓ ୟୁନିୟନ୍‌ର ଅନ୍ୟାନ୍ୟ ଅଧିକାରୀ, ସ୍ଥାନୀୟ ସମାଜର ନେତୃବୃନ୍ଦ ଓ ବିସ୍ଥାପିତ ଲୋକଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅତିଥିମାନେ ଏହି ଛାତ୍ରବୃତି ପ୍ରଦାନ କରିଛନ୍ତି ।
୨୦୨୩-୨୪ ପାଇଁ ୧୭ଟି ସ୍କଲାରସିପ୍ ମଧ୍ୟରୁ ୬ଜଣ ନୂଆ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍ ମିଳିଛି । ୧୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣ ଇଞ୍ଜିନିୟରିଂ ପଢୁଥିବା ବେଳେ ୧୪ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମ କରୁଛନ୍ତି । ଏହି ଶିକ୍ଷାବୃତିରେ ପାଠପଢ଼ାର ସମ୍ପୂର୍ଣ୍ଣ ଅବଧି ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଟ୍ୟୁସନ ଫି’, ନାମଲେଖା ଫି’ ଏବଂ ହଷ୍ଟେଲ୍ ଦେୟ ସାମିଲ ରହିଛି ।
ଶିକ୍ଷାବୃତି ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଦେବଦୂତ ମହାନ୍ତି କହିଛନ୍ତି ଯେ, “ଟାଟା ଷ୍ଟିଲ୍ ଏହାର କାର୍ଯ୍ୟ କ୍ଷେତ୍ରର ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ବିକାଶ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଏହି ଶିକ୍ଷାବୃତି ହେଉଛି ସେହି ପ୍ରତିବଦ୍ଧତା ଦିଗରେ ଏକ ପଦକ୍ଷେପ । ଏହି ଅଭିଯାନ ସହ ଯୁବପିଢ଼ିଙ୍କୁ ଏକ ଉତମ କ୍ୟାରିୟର ପାଇଁ ପ୍ରସ୍ତୁତ ଓ ସହାୟତା କରିବା ଲାଗି ଟାଟା ଷ୍ଟିଲ୍ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କ ପରିବାରର ଜୀବନକୁ ରୂପାନ୍ତରିତ କରିପାରିବ । ବର୍ତମାନ, ଜୀବନରେ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବା ଏବଂ ସେମାନଙ୍କ ପାଠପଢ଼ାଉପରେ ଧ୍ୟାନ ଦେବା ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ।’’
୨୦୦୭ମସିହାରେ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ ପରିବାର ଶିକ୍ଷାବୃତି କଳିଙ୍ଗନଗରରେ ଲାଗୁ ହୋଇଥିବା ସରକାରଙ୍କ ପୁନର୍ବାସ ଓ ଥଇଥାନ ମାର୍ଗଦର୍ଶିକାର ନିର୍ଦ୍ଦେଶାବଳୀର ଉର୍ଦ୍ଧରେ କାମ କରୁଛି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ଯୋଗୁଁ ଏବଂ ଆର୍ôଥକ ସମ୍ବଳର ଅଭାବ ଯୋଗୁଁ ଥଇଥାନ ହୋଇଥିବା ପରିବାରର ଶତାଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ କରିବା ଏହାର ଲକ୍ଷ୍ୟ । କେବଳ ଅଣକୁଶଳୀ କିମ୍ବା ଅର୍ଦ୍ଧକୁଶଳୀ କାର୍ଯ୍ୟରେ ନୁହେଁ ବରଂ ଉଚ୍ଚସ୍ତରୀୟ ଦକ୍ଷତା ଥିବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ବିଭାଗରେ କ୍ୟାରିୟର ପାଇଁ ଆବଶ୍ୟକ ଯୋଗ୍ୟତା ହାସଲ କରିବା ପାଇଁ ଏହି ଛାତ୍ରବୃତି ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବ । ଏହି ଯୋଜନା ଅଧୀନରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବି-ଟେକ୍‌, ଏମବିବିଏସ, ଏମବିଏ ଏବଂ ଡିପ୍ଲୋମା ଇଞ୍ଜିନିୟରିଂ ଭଳି ବୃତିଗତ ପାଠ୍ୟକ୍ରମରେ ପଢ଼ିବା ପାଇଁ ଆର୍ôଥକ ସହାୟତା ପ୍ରଦାନ କରାଯାଇଥାଏ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୭ ମସିହାରୁ ଟାଟା ଷ୍ଟିଲ ପରିବାର ସ୍କଲାରସିପ୍ ୨୦୨୩-୨୪ ବର୍ଷ ପାଇଁ ୧୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ଥଇଥାନ ହୋଇଥିବା ପରିବାରର ୨୧୬ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ଦିଆଯାଇଛି । ଏଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଲାଭ ଉଠାଇ ନିଜ ପରିବାରର ଉନ୍ନତ ଭବିଷ୍ୟତ ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଉତ୍ସାହିତ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

1 × four =