ଟିପିସିଓଡିଏଲ୍ ପକ୍ଷରୁ ‘ଆଭା ଶକ୍ତି’ ଅଭିଯାନ ଜରିଆରେ ମହିଳାଙ୍କ ସଶକ୍ତୀକରଣ

-ଆଭା ଶକ୍ତି: ମହିଳାଙ୍କୁ ଅର୍ଥନୈତିକ ଓ ସାମାଜିକ ସ୍ତରରେ ସମସ୍ତ କରୁଛି
-ବାର୍ଷିକ ଆଭା ଶକ୍ତି ସମ୍ମିଳନୀରେ ନୟାଗଡ଼, ଅନୁଗୁଳ ଓ ବାଲୁଗାଁର ମହିଳା ସ୍ୱୟଂ ସହାୟକ
ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସ୍ୱୀକୃତି
-କାର୍ଯ୍ୟକ୍ରମରେ ୫୨୫ରୁ ଅଧିକ ଆଭା ଶକ୍ତି ସଦସ୍ୟଙ୍କ ଅଂଶଗ୍ରହଣ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ମହିଳା ସଶକ୍ତୀକରଣ ଉପରେ ସର୍ବଦା ଦୃଢ଼ ଗୁରୁତ୍ୱାରୋପ କରିଥାଏ । ସମାଜର ରୂପାନ୍ତରଣରେ ମହିଳାମାନେ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ସେମାନଙ୍କୁ ବିଭିନ୍ନ ବିଷୟଭିତିକ ଗତିବିଧିରେ ଯୋଡ଼ି ମହିଳାଙ୍କ ଜୀବନରେ ଉନ୍ନତି ଆଣିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ।
ଟିପିସିଓଡିଏଲ୍ ଏହାର ମୂଳ ଉଦ୍ଦେଶ୍ୟ ଅନୁଯାୟୀ ମହିଳାମାନଙ୍କୁ ଅର୍ଥନୈତିକ ଓ ସାମାଜିକ ସ୍ତରରେ ସଶକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏଭଳି ଏକ ପଦକ୍ଷେପ ହେଉଛି ବିଲିଂ ଓ କଲେକ୍ସନ କାର‌୍ୟ୍ୟ ପାଇଁ \’ଆଭା ଶକ୍ତି\’ ନାମରେ ପରିଚିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସଏଚଜି)ଙ୍କୁ ନିୟୋଜିତ କରିବା । ଏହି ସହଯୋଗ ମାଧ୍ୟମରେ ମହିଳାମାନେ କେବଳ ଅର୍ଥନୈତିକ ସ୍ୱାଧୀନତା ପାଇନାହାଁନ୍ତି ବରଂ ନିଜ ସମ୍ପ୍ରଦାୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଆଭା ଶକ୍ତି ସଦସ୍ୟଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ ଟିପିସିଓଡିଏଲ୍ ପକ୍ଷରୁ ଅନୁଗୁଳ, ନୟାଗଡ଼ ଓ ବାଲୁଗାଁ ବିଦ୍ୟୁତ ଡିଭିଜନରେ ବାର୍ଷିକ ଆଭା ଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ସମ୍ପୃକ୍ତ ଡିଭିଜନର ୫୨୫ରୁ ଅଧିକ ଆଭା ଶକ୍ତି ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସେମାନଙ୍କ ନିଷ୍ଠା ଏବଂ ପରିଶ୍ରମ ପାଇଁ ସମ୍ମାନିତ କରାଯାଇଥିଲା ।
ଏହି ଡବ୍ଲୁଏସଏଚଜି ସଦସ୍ୟମାନେ ନିଜ ନିଜ ଡିଭିଜନ ସହିତ ଘନିଷ୍ଠ ଭାବେ କାର‌୍ୟ୍ୟ କରିବା ସହିତ ଡିଭିଜନ ଟିମ ସହିତ ଭାବରେ ସମନ୍ୱୟ ରକ୍ଷା କରି ବିଲିଂ ଏବଂ କଲେକ୍ସନ କାର‌୍ୟ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଅନୁଗୁଳ, ନୟାଗଡ଼ ଓ ବାଲୁଗାଁରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଟିପିସିଓଡିଏଲ୍‌ର ବରିଷ୍ଠ ପରିଚାଳନା କର୍ତୃପକ୍ଷଙ୍କ ଦ୍ୱାରା ଆଭା ଶକ୍ତି ସଦସ୍ୟମାନଙ୍କ ଉଦ୍ୟମ ଓ ସଫଳତାକୁ ପ୍ରଶଂସା କରାଯାଇଥିଲା ।
ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, ‘ଗ୍ରାମାଞ୍ଚଳରେ ମହିଳାଙ୍କୁ ସଶକ୍ତ କରିବା କେବଳ ଏକ ମିଶନ ନୁହେଁ ବରଂ ଆମର ଏକ ଦାୟିତ୍ୱ । ଆଭା ଶକ୍ତି ଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆମର ସହଯୋଗ ମାଧ୍ୟମରେ ଆମେ ଅର୍ଥନୈତିକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ସୁଗମ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ମହିଳାମାନଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ପ୍ରଶଂସନୀୟ ଏବଂ ଆମେ ସେମାନଙ୍କ ଅଭିବୃଦ୍ଧି ଏବଂ ବିକାଶକୁ ଆହୁରି ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ।’’

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଟିପିସିଓଡିଏଲର ଭାଗିଦାରୀ ଓଡ଼ିଶାର ସମୁଦାୟରେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଦିଗରେ ଏହାର ପ୍ରତିବଦ୍ଧତାର ଉଦାହରଣ । ମହିଳାମାନଙ୍କୁ ବିଲିଂ ଏବଂ କଲେକ୍ସନ ଭଳି ଅତ୍ୟାବଶ୍ୟକ କାର‌୍ୟ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରି ଟିପିସିଓଡିଏଲ୍ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

five × two =