ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ପ୍ରଥମ ହାଫ୍‌-ମାରାଥନ୍ ଘୋଷଣା

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସର ବାହାର ଅଂଚଳରେ ୨୦୨୪ ଫେବ୍ରୁଆରି ୪ରେ ଅନୁଷ୍ଠିତ ହେବ
ଜୈବ ବିବିଧତା ଏବଂ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ
ବିଜେତାଙ୍କୁ ୯.୬୪ ଲକ୍ଷ ଟଙ୍କାର ୩୦ ପୁରସ୍କାର ପ୍ରସ୍ତାବ, ୪୦୦୦ ଦୌଡ଼ ପ୍ରେମୀ ଅଂଶଗ୍ରହଣ
କରିବା ଆଶା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ପ୍ରଥମ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ- ମାରାଥନ୍ ୨୦୨୪ ଘୋଷଣା କରାଯାଇଛି । କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟର ପରିସର ବାହାର ଅଂଚଳରେ ଆଧାରିତ ଏହି ଦୌଡ଼ ୨୦୨୪ ଫେବ୍ରୁଆରି ୪ତାରିଖରେ ଅନୁଷ୍ଠିତ ହେବ ।

ଆଜି ଢେଙ୍କାନାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ମନୋରଞ୍ଜନ ମଲ୍ଲିକଙ୍କ ଦ୍ୱାରା ରନ-ଏ-ଥନ୍‌-୨୦୨୪ ପାଇଁ ଆନୁଷ୍ଠାନିକ ଟି-ସାର୍ଟ ଉନ୍ମୋଚନ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ଢେଙ୍କାନାଳ ଡିଭିଜନାଲ ଫରେଷ୍ଟ ଅଫିସର ସୁମିତ କର, ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ମୋହିତ ଦାସ, ଟାଟା ଷ୍ଟଲି ର କ୍ରୀଡ଼ା ମୁଖ୍ୟ ମୁକୁଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ଲାଂଟ୍ ପରିସରରେ ପୂର୍ବରୁ ୧୦ କିଲୋମିଟର ଓ ୫ କିଲୋମିଟର ଦୌଡ଼ର ୩ଟି ସଂସ୍କରଣ ଅନୁଷ୍ଠିତ ହୋଇଯାଇଥିବା ବେଳେ ପ୍ରଥମ କରି ହାଫ ମାରାଥନ୍ ଆୟୋଜିତ ହେବାକୁ ଯାଉଛି । । ଏହାକୁ ଢେଙ୍କାନାଳ ସହର ନିକଟସ୍ଥ କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସର ବାହାର ଅଂଚଳରେ ଆୟୋଜନ କରାଯିବ । ଟାଟା ଷ୍ଟଲି୍ ମେରାମଣ୍ଡଳୀ ହାଫ୍ ମାରାଥନର ପ୍ରାଥମିକ ଉଦ୍ଦେଶ୍ୟ ହାତୀର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ କପିଳାସର ପ୍ରଚୁର ଜୈବ ବିବିଧତାକ ପ୍ରସାର କରିବା ସହ ଏହାର ଅନନ୍ୟ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସଂରକ୍ଷଣ ଉପରେ ଆଲୋକପାତ କରିବା । ଏହା ସହିତ ଏହି ହାଫ୍‌-ମାରାଥନ୍ ଯୁବବର୍ଗ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ଫିଟ୍‌ନେସ୍ ଏବଂ କ୍ରୀଡ଼ା ମନୋଭାବ ସମ୍ପର୍କରେ ସଚେତନତା ସୃଷ୍ଟି ହେବ । ଏହି ପ୍ରତିଯୋଗିତାରେ ୧୯ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ୨୧ କିଲୋମିଟର ଓ ୧୦ କିଲୋମିଟର ଦୌଡ଼ ଏବଂ ୧୪ରୁ ୧୯ ବର୍ଷ ବୟସର ବାଳକ ଓ ବାଳିକାଙ୍କ ପାଇଁ ୫ କିଲୋମିଟର ଦୌଡ଼ ଭଳି ତିନୋଟି ପ୍ରତିଯୋଗିତାମୂଳକ ଦୌଡ଼ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଟାଟା ଷ୍ଟିଲ ମେରାମାଣ୍ଡଳିକୁ ପ୍ରଶଂସା କରି ଢେଙ୍କାନାଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ମନୋରଞ୍ଜନ ମଲ୍ଲିକ କହିଛନ୍ତି ଯେ, “ଜିଲ୍ଲାର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ କପିଳାସରେ ଏହି ହାଫ୍‌-ମାରାଥନ୍ ଅନୁଷ୍ଠିତ ହେବାକୁ ଯାଉଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଧାବକ ଧାବିକାମାନେ ଏଥିରେ ଯୋଗଦେବେ । ଆମେ ଆଶା କରୁଛୁ ଯେ ଏହି ଦୌଡ଼ ଏହି ଅଂଚଳର ଅନ୍ୟତମ ଚର୍ଚ୍ଚିତ କାର୍ଯ୍ୟକ୍ରମ ହେବ ।’’
ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ଯେ, “ଏଭଳି ଦୌଡ଼ ପ୍ରତିଯୋଗିତା ଆୟୋଜନରେ ଟାଟା ଷ୍ଟିଲର ଥିବା ଅଭିଜ୍ଞତା ବଳରେ ପ୍ରଥମ ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ-ମାରାଥନକୁ ସଫଳ କରିବାକୁ ଆମେ ଆଶା ରଖିଛୁ । ଦେଶର କ୍ରୀଡ଼ା କ୍ୟାଲେଣ୍ଡରରେ ଏହା ଭାରତର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଭାବେ ସ୍ଥାନ ପାଇବ ।’’

ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ସୁମିତ କର କହିଛନ୍ତି ଯେ, “ଆମେ ଏକ ବଡ଼ ପ୍ଲାଟଫର୍ମ ସନ୍ଧାନରେ ଥିଲୁ ଏବଂ ଟାଟା ଷ୍ଟିଲ୍ ଆମ ସହ ଯୋଗାଯୋଗ କରି ଆମ ଦୌଡ଼ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇଛି । ଏହି ସମର୍ଥନ ପାଇଁ ମୁଁ କୃତଜ୍ଞ । କପିଳାସ ଅଭୟାରଣ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ପରିବେଶ ସମସ୍ୟା ମଧ୍ୟରେ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରାଯିବ । ଏହା କେବଳ ଜିଲ୍ଲା ପାଇଁ ସମ୍ମାନ ଆଣିବ ନାହିଁ ବରଂ ଜାତୀୟ ସ୍ତରର କ୍ରୀଡ଼ାବିତମାନଙ୍କୁ ମଧ୍ୟ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଆକୃଷ୍ଟ କରିବ ବୋଲି ମୋର ବିଶ୍ୱାସ ରହିଛି ।’’

ବର୍ତମାନ ପଞ୍ଜୀକରଣ ଖୋଲା ରହିଛି ଏବଂ ଅଂଶଗ୍ରହଣକାରୀମାନେ ୨୦୨୪ଜାନୁଆରି ୨୦ ପର୍ଯ୍ୟନ୍ତ ଏହି ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦଷକ୍ଟକ୍ସଗ୍ଧଙ୍କକ୍ସକ୍ଷ.ବଗ୍ଧ/କ୍ସଙ୍ଖଚ୍ଚ୦୯
ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ନାମପଞ୍ଜୀକରଣ କରିପାରିବେ । ୪୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ସୀମିତ ସ୍ଲଟ୍ ସହିତ ‘ଫାଷ୍ଟ୍ କ୍ମ ଫାଷ୍ଟ୍ ସର୍ଭ’ ଭିତିରେ ପଞ୍ଜୀକରଣ କରାଯାଉଛି । ୨୧ କିଲୋମିଟର ଦୌଡ଼ ପାଇଁ ପଞ୍ଜୀକରଣ ଶୁଳ୍କ ୪୦୦ ଟଙ୍କା, ୧୦ କିଲୋମିଟର ଦୌଡ଼ ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ ଟଙ୍କା ରହିଛି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଟି-ସାର୍ଟ, ବିଆଇବି ଚିପ୍ସ ଏବଂ ନମ୍ବର ସମେତ ଏକ ଆକର୍ଷଣୀୟ ଗୁଡି ବ୍ୟାଗ୍ ସହିତ କାର୍ଯ୍ୟକ୍ରମ ସ୍ଥଳରେ ରିଫ୍ରେସ୍‌ମେଂଟ୍ ପ୍ରଦାନ କରାଯିବ ।

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍ ୨୦୨୪ରେ ମୋଟ ୯.୬୪ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଏବଂ ୩୦ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ । ୨୧ କିଲୋମିଟର ଦୌଡ଼ରେ ପ୍ରତ୍ୟେକ ପୁରୁଷ ଓ ମହିଳା ବର୍ଗର ବିଜେତାଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଟାଇମିଂ ମାଟ୍ସ, ଆରଏଫ୍‌ଆଇଡି ଚିପ୍ସ, ରୁଟ୍‌ରେ ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍‌, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱାର୍କ ସମେତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ସମନ୍ୱିତ କରାଯିବ । ସମଗ୍ର ଦେଶରେ ସମାନ ଦୌଡ଼ ଆୟୋଜନ କରିବାରେ ପାରଦର୍ଶିତା ଥିବା ଜାତୀୟ ସ୍ତରର ଏଜେନ୍ସିଗୁଡିକ ଏହି କାର୍ଯ୍ୟର ତଦାରଖ କରିବେ । ସାମୂହିକ କଲ୍ୟାଣ ପାଇଁ ଆୟୋଜତି ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌, ଏମ୍‌ଜିଏମ୍ ମିନେରାଲ୍ସ ଲିମିଟେଡ୍‌, ବିଆରଜି, ଅନୁଗୁଳ ଏନର୍ଜି ଲିମିଟେଡ୍‌, ନବ ଭାରତ, ଏବଂ ଟାଟା ଷ୍ଟିଲ୍ ୟୁଟିଲିଟିଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ସର୍ଭିସେସ୍ ଲିମିଟେଡ୍ ପ୍ରମୁଖ ହାଫ୍ ମାରାଥନକୁ ସହଯୋଗ ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − six =