ବାହା ହେବେ କପିଲ ଶର୍ମା

ଡିସେମ୍ବର ମାସରେ ପ୍ରେମିକା ଜିନି ଚତରାଥଙ୍କୁ ବିବାହ କରିବେ କମେଡ଼ି କିଙ୍ଗ୍ କପିଲ ଶର୍ମା । ଛୋଟ ପରଦାକୁ ଫେରିବା ପାଇଁ କପିଲ୍ ଜୋରଦାର୍ ପ୍ରସ୍ତୁତି ଜାରି ରଖିଥିବା ବେଳେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ କପିଲଙ୍କ ଏହି ବିବାହ ଉତ୍ସବ ପୈତୃକ ସହର ଅମ୍ରିତସରରେ ଅନୁଷ୍ଠିତ ହେବ । ପଂଜାବୀ ରୀତିନୀତିରେ ୪ଦିନ ଧରି କପିଲଙ୍କ ବିବାହ ଉତ୍ସବ ଚାଲିବ । ତେବେ ପରବର୍ତ୍ତୀ ସମୟରେ ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ରଖାଯିବା କୁହାଯାଉଛି । ଗତବର୍ଷ ମାର୍ଚ୍ଚ ମାସରେ କପିଲ ଶର୍ମା ଗିନିଙ୍କ ସହ ପ୍ରେମ ସମ୍ପର୍କର ଖୁଲାସା କରିଥିଲେ । ପୂର୍ବରୁ ସହ-କଳାକାର ସୁନୀଲ ଗ୍ରୋଭରଙ୍କ ସହ ମତାନ୍ତର ଯୋଗୁଁ କପିଲ ଅଡୁଆରେ ପଡ଼ିଥିଲେ । ଏପରିକି ସୁନୀଲ ସୋ’ ଅଧାରୁ ଛାଡ଼ିଦେଇଥିଲେ ଓ ଚାନେଲରେ ସୋ’ ବନ୍ଦ ହୋଇଥିଲା । ତେବେ ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା ନାଁରେ ଆଉ ଏକ ସୋ ଜରିଆରେ କପିଲ ପୁଣି ଫେରିଥିଲେ ଛୋଟପରଦାକୁ । କିନ୍ତୁ କପିଲଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା । ଆଗକୁ କପିଲ ଶର୍ମା ସୋ ଜରିଆରେ ସେ କମ୍ ବ୍ୟାକ୍ କରୁଛନ୍ତି ତେବେ ଏହା ପୂର୍ବରୁ ପ୍ରେମିକା ଗିନି ଚତରାଥଙ୍କ ସହ ତାଙ୍କ ବିବାହ ଖବର ଚର୍ଚ୍ଚା ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

four × four =