ପୁଣି ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଲା ଏହି ପ୍ଲାନ

ନୂଆଦିଲ୍ଲୀ() ପୁଣି ଜିଓ କଲା ବଡ ଘୋଷଣା । ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର ପ୍ଲାନ୍କୁ ପୁଣି ଥରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି ।କମ୍ପାନି ଟାରିଫ୍ ରିଭାଇଜ କରିବା ଦ୍ୱାରା ବ୍ୟବହାରକାରୀ ପାଇଁ ଡାଟା ତ ମହଙ୍ଗା ହୋଇଯାଇଥିଲା, କିନ୍ତୁ ପୂର୍ବରୁ ମିଳୁଥିବା ଅସୀମିତ ମାଗଣା କଲ ଉପରେ ଏଫ୍ୟୁପି ଅବଧି ବ୍ୟବହାରକାରୀଙ୍କୁ ନିରାଶ କରିଥିଲା । ବ୍ୟବହାରକାରୀଙ୍କ ଏହି ଅସନ୍ତୋଷକୁ ଦେଖି କମ୍ପାନି ଏବେ ନିଜର ପ୍ଲାନ୍ସକୁ ପରିବର୍ତ୍ତନ କରିବାକୁ ଯାଉଛି ।

୧୪୯ଟଙ୍କାର ପ୍ଲାନ୍କୁ ପୁଣି ଉପଲବ୍ଧ କରାଇଛି । ଏହି ପ୍ଲାନ୍ରେ ବ୍ୟବହାରକାରୀଙ୍କୁ ୨୪ଦିନର ବୈଧତା ସହିତ ପ୍ରତିଦିନ ୧ଜିବି ଡାଟା ଓ ୧୦୦ଟି ମାଗଣା ଏସ୍ଏମ୍ଏସ୍ ମିଳିବ । ଏହି ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରିବେ । ଅନ୍ୟ ନେଟଓ୍ଵାର୍କକୁ କଲ କରିବା ପାଇଁ ଗ୍ରାହକଙ୍କୁ ୩୦୦ ଏଫ୍ୟୁପି ମିଳିବ ।

ସେହିପରି ୯୮ଟଙ୍କାର ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୨୮ଦିନର ବୈଧତା ମିଳିବ । ପ୍ଲାନ୍ର ପୂରା ବୈଧତା ପର୍ୟ୍ୟନ୍ତ ୨ଜିବି ଡାଟା ମିଳିବ । ଏହି ପ୍ଲାନ୍ ସେହି ବ୍ୟବହାରକାରୀଙ୍କ ପସନ୍ଦ ରହିବ ଯେଉଁମାନେ କି ଅଧିକ କଲ କରି ଥାଆନ୍ତି । ଏହି ପ୍ଲାନ୍ରେ ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରୁ ଥିବାବେଳେ ଜିଓ ଛଡା ଅନ୍ୟ ନେଟଓ୍ଵାର୍କକୁ କଲ କଲେ ବ୍ୟବହାରକାରୀଙ୍କୁ ଆଇୟୁସି ଭାଉଚର ରିଚାର୍ଜ କରିବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

13 + eleven =