ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି ରାମନାଥ କେବିନ୍ଦ । ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ, ପାଇକ ସ୍ମାରକ ଭାରତର ଗର୍ବ ଓ ଗୌରବର ସ୍ମାରକ । ସ୍ବାଭିମାନୀ ପାଇକଙ୍କ ବୀରତ୍ବ ଗାଥାର ପ୍ରତୀକ ଏହି ସ୍ମାରକ । କଳାର ଉତ୍କର୍ଷ କ୍ଷେତ୍ର ଓଡିଶା ଏଥିପାଇଁ ସାରା ଦେଶରେ ପରିଚିତ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡିଆ ଜାତି ସ୍ବାଭିମାନ ଓ ବୀରତ୍ବର ପ୍ରତୀକ । ପାଇକ ସ୍ମାରକ ଏହା ଉତ୍କୃଷ୍ଟ ଉଦାହରଣ ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ଯେ, ପାଇକ ବିଦ୍ରୋହ ରାଜ୍ୟ ତଥା ଦେଶ ପାଇଁ ଏକ ଗର୍ବର କଥା । ପାଇକ ସ୍ମାରକ ଦେଖି ବିଶ୍ବବାସୀ ଚମତ୍କୃତ ହେବେ ।

 

Share

Leave a Reply

Your email address will not be published. Required fields are marked *

nine + 13 =