ଦିଲ୍ଲୀ ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡରେ ୪୩ ମୃତ, ୫୦ ଆହତ

ନୂଆଦିଲ୍ଲୀ() ଦିଲ୍ଲୀରେ ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭା ଓ ଉଦ୍ଧାର କାମରେ ଲାଗିଛି ୩୦ ଟି ଅଗ୍ମିଶମ ବାହିନୀ । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ପିଏମଓ ପକ୍ଷରୁ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ମଧ୍ୟ ଘୋଷଣା କରାଯାଇଛି । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସେହିପରି ଆହତ ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏହା ସହ ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଥିଲେ ।

ସୂଚନାଅନୁସାରେ, ସକାଳ ପ୍ରାୟ ୫ଟାରେ ପାଖରେ ମଣ୍ଡିରେ ଥିବା ଏକ ପାଉଁରୁଟି କାରଖାନାରେ ନିଆଁ ଲାଗିଥିଲା । କୋଠାଟି ୩ ମହଲା ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ଉପର ମହଲାରେ ନିଆଁ ଲାଗିବା ପରେ ପୁରା କୋଠାକୁ ବ୍ୟାପିଥିଲା । ପୁରା ଅଂଚଳଟି ଅଣ ଓସାରିଆ ହୋଇଥିବାରୁ ଭିତରକୁ ପହଁଚି ଦମକଳ ଗାଡି ନିଆଁ ଲିଭାଇବା କଷ୍ଟକର ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

17 − thirteen =