ଟାଟା ପାୱାରକୁ ‘ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ବ୍ରାଣ୍ଡ୍‌’ ମାନ୍ୟତା

ରାଣ୍ଡଷ୍ଟାଡ ନିଯୁକ୍ତିଦାତା ବ୍ରାଣ୍ଡ୍ ରିସର୍ଚ୍ଚ (ଆର୍‌ଇବିଆର୍‌) ୨୦୨୩ରେ ଟାଟା ପାୱାରକୁ ଏକ ନମ୍ବର ର‌୍ୟାଙ୍କ୍‌
ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ର ୧୪,୦୦୦ ସମେତ କଂପାନିରେ ୨୩,୦୦୦ କର୍ମଚାରୀ
ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ ଶକ୍ତି କଂପାନି ଟାଟା ପାୱାରକୁ ରାଣ୍ଡ୍‌ଷ୍ଟାଣ୍ଡ୍ ନିଯୁକ୍ତିଦାତା ବ୍ରାଣ୍ଡ୍ ରିସର୍ଚ୍ଚ (ଆରଇବିଆର୍‌) ରିପୋର୍ଟରେ ଚଳିତ ବର୍ଷ ଦେଶର “ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ବ୍ରାଣ୍ଡ୍‌’ ମାନ୍ୟତା ପ୍ରଦାନ କରାଯାଇଛି ।
ବିଶ୍ୱବ୍ୟାପୀ ୧.୬୩ ଲକ୍ଷ ଲୋକଙ୍କୁ କରାଯାଇଥିବା ସର୍ଭେ ଉପରେ ଆଧାରିତ ଆର୍‌ଇବିଆର୍ ରିପୋର୍ଟ ଅନୁଯାୟୀ, ଆର୍ଥିକ ସ୍ୱାସ୍ଥ୍ୟ, ଭଲ ଲୋକପ୍ରିୟତା ଓ କ୍ୟାରିୟର ପ୍ରଗତି ସୁଯୋଗ ଆଦି କ୍ଷେତ୍ରରେ ଟାଟା ପାୱାର ଉତ୍କର୍ଷତା ହାସଲ କରିଛି ।
ଏହି ରିପୋର୍ଟରେ କର୍ମ-ଜୀବନ ସନ୍ତୁଳନ, ଏକ ଉତମ ଲୋକପ୍ରିୟତା ଓ ଆକର୍ଷଣୀୟ ବେତନ ଓ ସୁବିଧା ଆଦିକୁ ଶ୍ରେଷ୍ଠ ତିନି କର୍ମଚାରୀ ମୂଲ୍ୟ ଉପସ୍ଥାପନା ଭାବେ ଚିହ୍ନଟ କରାଯାଇଛି ଯାହା ଟାଟା ପାୱାର ପାଇଁ ଶ୍ରେଷ୍ଠ ସ୍ଥାନ ସୁରକ୍ଷିତ କରିପାରିଛି ।
ଓଡ଼ିଶାର ଚାରିଟି ଡିସ୍‌କମ୍‌ରେ ୧୪,୦୦୦ କର୍ମଚାରୀ ସମେତ ଟାଟା ପାୱାରରେ ୨୩,୦୦୦ କର୍ମଚାରୀ ରହିଛନ୍ତି ।
ଟାଟା ପାୱାରର ସିଏଚ୍‌ଆର୍‌ଓ ଓ ମୁଖ୍ୟ-ସଷ୍ଟେନେବିଲିଟି ଓ ସିଏସ୍‌ଆର୍ ଶ୍ରୀ ହିମଳ ତିୱାରୀ କହିଛନ୍ତି ଯେ, “ଦେଶର ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ବ୍ରାଣ୍ଡ୍ ଭାବେ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ଗର୍ବିତ । ଟାଟା ପାୱାରରେ ଆମେ ସାରା ଦେଶରେ ଥିବା ୨୩,୦୦୦ରୁ ଅଧିକ ଦୃଢ଼ ଶ୍ରମଶକ୍ତିଙ୍କ କଲ୍ୟାଣ ଉପରେ ଅଗ୍ରାଧିକାର ଦେଉଛୁ । କ୍ୟାରିୟର ସୁଯୋଗକୁ ସୁଦୃଢ଼ କରିବା, ବିବିଧତା ଓ ଅନ୍ତର୍ଭୁକ୍ତୀକରଣର ପ୍ରସାର ଏବଂ ଆମ ପ୍ରତିଭାବାନ କର୍ମଚାରୀଙ୍କ ଅଭିବୃଦ୍ଧିକୁ ସୁଦୃଢ କରିବା ଲାଗି ଥିବା ନୀତି ଭଲ ଫଳ ପ୍ରଦାନ କରୁଥିବାରୁ ଆମେ ଉଲ୍ଲସିତ । ସମସ୍ତଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟକ୍ଷେତ୍ର ଅନୁଭୂତି ସହିତ ଭବିଷ୍ୟତ ଲାଗି ପ୍ରସ୍ତୁତ ଏକ ସଂସ୍ଥା ଗଠନ କରିବାରେ ଏହି ମାନ୍ୟତା ଆମକୁ ଉତ୍ସାହିତ କରୁଛି ଯେଉଁଠାରେ କର୍ମଚାରୀମାନେ ଉଭୟ ବ୍ୟକ୍ତିଗତ ଓ ପେସାରେ ଆଗକୁ ବଢ଼ିପାରିବେ ।’’

Share

Leave a Reply

Your email address will not be published. Required fields are marked *

eleven − six =