ପୋଲିସ ଏନକାଉଣ୍ଟରରେ ୫ ନକ୍ସଲ ମୃତ

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୁଲିସ ସହିତ ଏନକାଉଣ୍ଟର ବେଳେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମାଓବାଦୀ ଗୁରୁତର ଭାବେ ଆହତ ହୋଇଛନ୍ତିି। ଘଟଣାସ୍ଥଳରୁ ପୁଲିସ ୨ଟି ଏକେ ୪୭ ରାଇଫଲ, ଗୋଟିଏ ଥ୍ର ନଟ୍ ଥ୍ର ରାଇଫଲ ଓ ୨ଟି ପିିସ୍ତଲ ସହିତ ଗୁଳିଗୋଳା ଜବତ କରିଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ସିଂହଭୂମି ଜିଲ୍ଲାର ଏକ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଠୋସ ସୂଚନା ମିଳିଥିଲା। ତେଣୁ ସିଆରପିଏଫ, ୨୦୯ କୋବ୍ରା ବାଟାଲିୟନ ଓ ଝାଡ଼ଖଣ୍ଡ ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଆରମ୍ଭ କରିଥିଲେ। ପୁଲିସ ଚଢ଼ାଉକୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ତେଣୁ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚଳାଇବାରୁ ୫ ଜଣ ମାଓବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଜଣେ ମାଓବାଦୀ ଆହତ ହୋଇଥିବା ବେଳେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ଯାଇଥିଲେ। ସୁରକ୍ଷା କର୍ମୀମାନେ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

six − 4 =