ଏମଏପିକୁ ନେଇ ରାଜନୀତି

ଭୁବନେଶ୍ୱର: ଏମଏସପି ବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗତକାଲି କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିଥିବା ବେଳେ ଆଜି ଏହାକୁ ଆହୁରି ବୃଦ୍ଧି କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଯାହାକୁ ନେଇ ବିଜେପି ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି ।

୧୮୭୬ ଟଙ୍କା ଥିବା ଧାନର ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ୧୯୪୦କୁ ବୃଦ୍ଧି କରିଛନ୍ତି । ତେବେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି କି ଓଡ଼ିଶାର ଚାଷୀମାନେ ବହୁ ଦୁର୍ବିପାକର ସମ୍ମୁଖୀନ ହେଉଛନ୍ତି । ଏଣୁ ଏଠାରେ ୨୯୩୦ ଟଙ୍କାକୁ ବୃଦ୍ଧି କରାଯାଉ । ସେପଟେ ଏହାର ପ୍ରତିବାଦରେ ବିଜେପି ନେତା ମନମୋହନ ସାମଲ ଏକ ପ୍ରେସମିଟରେ କହିଛନ୍ତି କି ରାଜ୍ୟରେ ଚାଷୀମାନେ ୧୨ଶହରୁ ୧୨ଶହ ୫୦ ଟଙ୍କାରେ ଧାନ ବିକୁଛନ୍ତି । ସେପଟେ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଥିବା ବେଳେ ଏହା ଉାଂଯାଉନାହିଁ । ପ୍ରଥମେ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦିଅନ୍ତୁ । ଏମଏସପିକୁ ନେଇ ଏବେ ଏଭଳି ରାଜନୀତି ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

13 − nine =