ମୁକୁଲଙ୍କ ଘର ବାହୁଡ଼ା ନେଇ ଚର୍ଚ୍ଚା

କୋଲକାତା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଓ ତାଙ୍କ ପୁଅ ଶୁଭ୍ରାସୁଂ ରାୟ ଟିଏମସିରେ ଯୋଗଦେବା ନେଇ ଚାଲିଥିବା ଆଲୋଚନା ଭିତରେ ଆଜି ଦିନ ୨ ଟା ବେଳେ ମୁକୁଲ ରାୟ ପଶ୍ଚିମବଙ୍ଗ ତୃଣମୂଳ ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି । ଏହି ବୈଠକ ପରେ ମୁକୁଲ ଓ ତାଙ୍କ ପୁଅ ବିଜେପି ଛାଡି ଟିଏମସିରେ ଯୋଗଦେବା ନେଇ ନିଷ୍ପତ୍ତି ହୋଇପାରେ ।

୨୦୧୭ରେ ଟିଏମସିରୁ ବହିସ୍କୃତ ହେବା ପରେ ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ୧୯ଟି ସାଂସଦ ଜିତାଇବାରେ ମୁକୁଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ୨୦୨୧ରେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗଦେବା ପରେ ମୁକୁଲଙ୍କ କ୍ରେଜ ଦଳରେ କମିଥିଲା । ଏଣୁ ସେ ନିଜର ଭୁଲ କ୍ଷମା କରିବା ଲାଗି ମମତାଙ୍କୁ ଚିଠି ଲେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + ten =