ଅମାନିଆ ବେପାରୀଙ୍କ ଦୋକାନ ବନ୍ଦ

ଭୁବନେଶ୍ୱର: ବାହାରେ ସଟରରେ ଝୁଲୁଥିଲା ତାଲା କ୍ଷ ହେଲେ ଭିତରେ ଥିଲେ ଗରାଖ କ୍ଷ ଆଉ ମାତ୍ର କିଛି ଦିନ ପରେ ରଜ ଥିବାରୁ ଲକଡାଉନରେ ପୁଲିସର କଡ଼ା କଟକଣା ଓ ନାଲି ଆଖିକୁ ଖାତିର ନ କରି ଚଲାଇଥିଲେ ବେପାର। ହେଲେ ଖବର ପାଇ ପହଞ୍ଚିଗଲା ପୁଲିସ୍ ଏବଂ ଦୋକାନକୁ କରି ଦେଇଥିଲା ସିଲ୍। ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନକୁ ସିଲ କରିଛି କମିଶନରେଟ୍ ପୋଲିସ । ରଜ ଲାଗି ଲୋକେ ନୂଆ କପଡା କିଣୁଥିବାରୁ ଦୋକାନର ସଟର ପକାଇ ବେପାର କରୁଥିବା ସୂଚନା ମିଳିଛି । ତେବେ ଗତକାଲି ଟୁଇନସିଟି ବାସୀଙ୍କ ତାବିଦ କରିବା ପରେ ଆଜି ଏଭଳି ଘଟଣା ନଜରକୁ ଆସିଛି । ଗତକାଲି ପ୍ରେସମିଟରେ କୁହାଯାଇଥିଲା କି ଅମାନିଆ ହୋଇ ଦୋକାନ ଖୋଲିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡିଲେ ଅମାନିଆ ଦୋକାନୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କମିଶନର କହିଥିଲେ । କିନ୍ତୁ ଆଜି ଅମାନିଆ ହୋଇ ବେପାର କରୁଥିବା ମହଙ୍ଗା ପଡିଛି ।

Share

Leave a Reply

Your email address will not be published. Required fields are marked *

twenty + 7 =