କେଉଁଠି ଇନ୍ଦ୍ରପୁରୀ ତ କେଉଁଠି ପଦ୍ମାବତୀ

ଭୁବନେଶ୍ବର () ରାଜଧାନୀରେ ବେଶ ଆନ୍ଦଉଲ୍ଲାସ ଓ ଆଡ଼ମ୍ବରର ସହ ଜଗଜ୍ଜନନୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମା’ଙ୍କ ପୂଜା ରୀତିନୀତି, ମେଢ ଓ ମୃଣ୍ମୟୀ ପ୍ରତିମା ସହ ମଣ୍ଡପ ଗୁଡ଼ିକର ସୌନ୍ଦର୍ଯ୍ୟ ବି ଏଥର ବେଶ୍ ଚର୍ଚ୍ଚାରେ । କେଉଁଠି ଇନ୍ଦ୍ରପୁରୀ ତ କେଉଁଠି ପଦ୍ମାବତୀ ପ୍ୟାଲେସ ।

ଭକ୍ତଙ୍କୁ ମା ଦୁର୍ଗାଙ୍କ ପ୍ରତିମା ସହ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରୁଛି ମନଲାଖି ତୋରଣ । ରାଜଧାନୀ ପୂଜାରେ ତ ଏମିତିରେ ପ୍ରମୁଖ ଆକର୍ଷଣ ତୋରଣ ହିଁ ହୋଇଥାଏ । ଏଥର ବି ତୋରଣର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି । ରସୁଲଗଡ଼ ଓ ପୁରୁଣା ଷ୍ଟେସନ ବଜାରର ତୋରଣ ବେଶ ସୁନ୍ଦର ହୋଇଛି । ରସୁଲଗଡ଼ରେ ଇନ୍ଦ୍ରପୁରୀ ପରି ହୋଇଛି ତୋରଣ ।

ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା କାରିଗରୀ ଆକର୍ଷଣୀୟ ହୋଇଛି । ସେହିଭଳି ପୁରୁଣା ଷ୍ଟେସନ ବଜାରରେ ଏଥର ମହାରାଷ୍ଟ୍ରର ଏଲୋରା ଗୁମ୍ଫାକୁ ପରି ତୋରଣ ତିଆରି କରାଯାଇଛି । ଗୁମ୍ଫାକୁ ଏଭଳି ଅବିକଳ ପ୍ରସ୍ତୁତ କରାଯାଇଛି ଯେ ଏହା ନକଲି ବୋଲି ଆପଣ ଜାଣିବା କଷ୍ଟକର । ସେହିଭଳି ନୟାପଲ୍ଲୀ ମଣ୍ଡପରେ ଏଥର ଶୋଭାପାଉଛି ପଦ୍ମାବତୀ ପ୍ୟାଲେସ । ଝାରପଡ଼ାରେ ପ୍ୟାରିସର ଡିଜନି ଲ୍ୟାଣ୍ଡ ପାର୍କ ଆକୃତିର ତୋରଣ ସମସ୍ତଙ୍କ ମନ ମୋହୁଛି । ବରମୁଣ୍ଡାରେ ଗୁଜୁରାଟର ଅକ୍ଷରଧାମ ମନ୍ଦିରର ତୋରଣ ପ୍ରସ୍ତୁତ ହୋଇଛି । ସେହିଭଳି ବମିଖାଲରେ ଜାମ୍ମୁକାଶ୍ମୀର ପ୍ୟାଲେସ ଓ ସହିଦ ନଗରରେ ଲକ୍ଷ୍ନୌ ରାଜପ୍ରାସାଦ ଲୋକଙ୍କୁ ଆକର୍ଷିତ କରୁଛି । ସଂଧ୍ୟା ସମୟରେ ଆଲୋକମାଳା ଭିତରେ ତୋରଣର ସୁନ୍ଦରତା ଆହୁରି ବେଶୀ ମନମୁଗ୍ଧକର ହେଉଛି ।

Share

Leave a Reply

Your email address will not be published. Required fields are marked *

14 − 1 =