ଆଜି ବନକଲାଗି ନୀତି

ଭୁବନେଶ୍ବର() ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ ଘଂଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ ବନକଲାଗି ନୀତି କରିଥାନ୍ତି । ଆସନ୍ତାକାଲି ହେରାପଂଚମୀ ଥିବାରୁ ଆଜି ଆଡପମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ ।

ସେପଟେ ଶେଷ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ। ଆଜିଠାରୁ ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଯାଞ୍ଚ କରାଯିବ। କେମିକାଲ ୱାସ, ଷ୍ଟକ୍‌ଚରାଲ ଯାଞ୍ଚ, ଫ୍ଲୋର ରିପ୍ଲେମେଣ୍ଟ ଆଦି କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତ କାର୍ଯ୍ୟର ରୁଟିନ ପ୍ରସ୍ତୁତ କରାଯିବ।

Share

Leave a Reply

Your email address will not be published. Required fields are marked *

19 + 11 =