ଆଉ ଏକ ମାମଲରେ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ୍‌

କଟକ: ବିଭିନ୍ନ ଥାନାରେ ହୋଇଥିବା ମାମଲାରେ ଛନ୍ଦି ହୋଇଥିବା ଗେପୋଳପୁର ବିଧାୟକଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ତାଙ୍କୁ ୨ ଲକ୍ଷ ଟଙ୍କା ସହ ଦୁଇଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ମିଳିଛି ଜାମିନ୍ । ତେବେ ତାଙ୍କ ନାମରେ ଆହୁରି ବିଭିନ୍ନ ମାମଲା ଥିବାରୁ ସେ ଜେଲରେ ରହିଛନ୍ତି ।

୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର ଲିଙ୍କ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଥମେ ଆକାଶ ପାଠକ ଗିରଫ ହୋଇଥିଲେ । କିନ୍ତୁ ଏବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ୱସ୍ତି ମିଳିଛି । ଗୋଳନ୍ଥରା ଥାନାରେ ଦାୟର ଅନ୍ୟ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ।

Share

Leave a Reply

Your email address will not be published. Required fields are marked *

five × one =