ସରକାରୀ ସହାୟତାରୁ ବଞ୍ଚିତ ପିତାମ୍ବରଙ୍କ ପରିବାର

ପାଟଣାଗଡ଼: ଗରୀବଙ୍କ ଲାଗି ସରକାର କରିଛନ୍ତି ଅନେକ ଯୋଜନା । ଆଉ ରହିବନି କଚାଘର ସମସ୍ତଙ୍କୁ ମିଳିବ ପକ୍କାଘର । ନିଆଁ ପାଣି ଭୟ ନରହିବା ଲକ୍ଷଙ୍କର ଆବାସ ଯୋଜନା କରାଯାଇଛି । କିନ୍ତୁ ଆଜି ବି ଅନେକ ଲୋକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀ ହୋଇମଧ୍ୟ ମିଳୁନି ସରକାରୀ ସହାୟତା ।
ମାଟି କାନ୍ଥ ଉପରେ ଟାଇଲ ଘର । ଭଙ୍ଗା କାନ୍ଥରେ ଥୁଆ ହୋଇଛି ଟାଇଲ । ଏଭଳି ଦୟନୀୟ ଅବସ୍ଥାରେ ୪ ପ୍ରାଣୀ କୁଟୁମ୍ବ ଧରି ରହୁଛନ୍ତି ପିତାମ୍ବର ବନଗୁଲା । ଏ ହେଉଛି ପାଟଣାଗଡ ବ୍ଲକ ଖୁଂଟସମଲେଇ ପଚାଂୟତ ଦଲପାଲି ଗାଁର ପିତାମ୍ବରଙ୍କ ଦୁଃଖ । ପିତାମ୍ବରଙ୍କ ପରିବାର କହିଲେ ପତ୍ନୀ,ପୁଅ ଏବଂ ଝିଅ । ଜମିବାଡି କିଛି ନଥିବାରୁ ମୁଲଲାଗି ପରିବାର ଚଳାନ୍ତି ଘରଟିଏ ପାଇଁ ପଚାଂୟତକୁ ଦୌଡିଦୌଡି ବୁଝାସୁଝା କରିବା ପରେ ଲିଷ୍ଟିରେ ନାଁ ନଥିବାରୁ ପକ୍କା ଘର ମିଳିବନି ବୋଲି ନିରାଶ ହୋଇଛନ୍ତି ପରିବାର ।

ପକ୍କା ଘର ନଥିବାରୁ ଭଙ୍ଗା କାନ୍ଥଘର ପାଲଟିଛି ପିତାମ୍ବରଙ୍କ ସାହାରା କମ୍ ରୋଜଗାର ହେତୁ ଭଙ୍ଗା ଘରକୁ ସଳଖିବାକୁ ସମର୍ଥ ନାହିଁ । ଧାରକରଜ କରି ଘରଟିକୁ ମରାମତି କରିବାକୁ ଚାହୁଁଥିଲେ ହେଲେ ଲକ୍‌ଡାଉନ ପାଇଁ ଧାରକରଜ ବି ମିଳୁନାହିଁ । ଆଗକୁ ବର୍ଷା ଋତୁ ଆସୁଥିବାରୁ ଭୟବିତ ଅବସ୍ଥାରେ ଅଛନ୍ତି ପିତାମ୍ବରଙ୍କ ପରିବାର
ସରକାର ଯୋଜନା କରୁଛନ୍ତି । ହେଲେ ତଳସ୍ତରରେ ଏମିତି ହେଉଛି ଯୋଜନାର ରୁପାୟନ । ଆଶା କରିବୁ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗିବ ଓ ପିତାମ୍ବରଙ୍କ ପାଖରେ ପହଂଚିବ ସରକାରୀ ସୁବିଧା ।

Share

Leave a Reply

Your email address will not be published. Required fields are marked *

15 − 13 =