ରାଜ୍ୟବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ବର () ପୁରୀ ଜିଲ୍ଲା ସଦାନନ୍ଦପୁର ଗାଁରେ ହୋଇଥିବା ଟ୍ରିପଲ ମଡର ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଛନ୍ତି । ଏହି ଘଟଣାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ଉଦ୍ୟମ କରୁଛି ।

ସଂପୃକ୍ତ ଅଂଚଳରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତ୍ତୟନ ହୋଇଥିବା ବେଳେ ପରିବାରକୁ ସମ୍ପୁର୍ଣ୍ଣ ସୁରକ୍ଷା ଯୋଗାଇଦିଆଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ଓ ମୃତକ ଗୋଟିଏ ଅଂଚଳର ଏବଂ ସେମାନେ ଦୂର ସମ୍ପର୍କୀୟ । ତଦନ୍ତରୁ ଜଣାପଡିଛି ଯେ, ଦୀର୍ଘଦିନରୁ ଉଭୟ ପରିବାର ମଧ୍ୟରେ ଲଗିରହିଥିବା ଜମି ବିବାଦ ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ ରାଜ୍ୟରେ ସଂଗଠିତ ହେଉଥିବା ଏଭଳି ବିଭତ୍ସ ହତ୍ୟାକାଣ୍ଡରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ସଂଗଠିତ ଅପରାଧରେ ଜଡିତ ଅପରାଧୀଙ୍କୁ ଧରିବାକୁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିବା ବେଳେ ମାଓବାଦୀ କାର୍ଯ୍ୟକଳାପ ବ୍ୟାପକ ଭାବେ ହ୍ରାସ ପାଇଛି ।

ସେହିଭଳି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଭୟଙ୍କର ବାତ୍ୟା ଫନୀ ସମୟରେ ପୋଲିସ କେବଳ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିନଥିଲା ରିଲିଫ ଓ ପୁର୍ନଗଠନ କାର୍ଯ୍ୟରେ ମଧ୍ୟ ସହଯୋଗ କରିଥିଲା । ଆମ ସରକାର ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଧନଜୀବନର ସରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

four × two =