ସାଂସଦ ନୁସରତ ଜାହାଁଙ୍କ ଫିଟନେସର ରାଜ

କଂଗ୍ରେସର ସାଂସଦ ଥିବା ନୁସରତ ଜାହାଁ ନିର୍ବାଚନ ଜିତିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିବାହ ପରେ ବି ବଢ଼ିବାରେ ଲାଗିଛି ନୁସରତଙ୍କ ଫ୍ୟାନଙ୍କ ସଂଖ୍ୟା । କିଭଳି ନୁସରତ ଫିଟ ରହୁଛନ୍ତି ତାହା ବାବଦରେ ଜାଣିବାକୁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ।

ନୁସରତଙ୍କ କହିବାଅନୁସାରେ, ସକାଳୁ ଉଠିବାମାତ୍ରେ ଖୋଲା ପଡିଆରେ ପ୍ରଥମେ ସେ ଯୋଗ କରନ୍ତି । ଓଜନକୁ ନିୟନ୍ତ୍ରିତ କରିବା ପାଇଁ ପ୍ରତିଦିନ ଅଧଘଣ୍ଟା ଯୋଗ କରନ୍ତି । ସେହିପରି ଯୋଗ ପରେ ଗ୍ରୀନ ଟି ପିଇବା ପରେ ଚେରି ଖାଇଥାନ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତାଙ୍କୁ ସୁସ୍ଥ ରଖେ ବୋଲି ନୁସରତ ବିଶ୍ୱାସ କରନ୍ତି । ତେବେ ମଧ୍ୟାହ୍ନ ଭୋଜନକୁ ନେଇ ବେଶ ସଚେତନ ରୁହନ୍ତି ନୁସରତ । ମଧ୍ୟାହ୍ନ ଭୋଜନରେ ଭାତ, ମାଛ ଓ ଦହି ହିଁ ଖାଇଥାନ୍ତି । ତେବେ ଏସବୁ ଖାଦ୍ୟ କେବଳ ଅଲିଭ ତେଲରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ । ସନ୍ଧ୍ୟାରେ ଭରପୁର ଖାଦ୍ୟ ଖାଉଥିବାବେଳେ ରାତିରେ କେବଳ ସୁପ ଓ ସିଝା ଚିକେନ ହିଁ ଖାଇଥାନ୍ତି । ଫିଟନେସ ମାମଲାରେ ନୁସରତ ଶିଳ୍ପା ସେଟ୍ଟୀଙ୍କୁ ନିଜର ଆଦର୍ଶ ମାନନ୍ତି ।

Share

Leave a Reply

Your email address will not be published. Required fields are marked *

18 + 3 =