ଆଜି ସରୁଛି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଇଡି ରିମାଣ୍ଡ

ବ୍ଲାକମେଲିଂ ମାମାଲାରେ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ -ଇଡି ରିମାଣ୍ଡ ଆଜି ସରୁଛି। ହେଲେ ଇଡିକୁ ଅର୍ଚ୍ଚନା ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଟଙ୍କା କାରବାରଠାରୁ ଆରମ୍ଭ କରି ହାଇପ୍ରୋଫାଇଲ ଲିଙ୍କ୍ ବାବଦରେ ଅର୍ଚ୍ଚନା ଇଡିର କୋୖଣସି ପ୍ରଶ୍ନର କୌଣସି ଉତ୍ତର ଦେଉ ନାହାନ୍ତି ବୋଲି ଜଣାପଡ଼ିଛି । ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା ଇଡି। ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯିବ । ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଆଜି କୋର୍ଟରେ ହାଜର କରିବ ଇଡି। ସୂଚନା ଅନୁସାରେ, ଏଥର ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଲକ୍ଷ୍ୟ ରଖିଛି ଇଡି।

Share

Leave a Reply

Your email address will not be published. Required fields are marked *

five × three =